ବ୍ରହ୍ମପୁର,୧୯/୧୧(ଡ଼ି.ଏଚ ବ୍ୟୁରୋ):-ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। କିନ୍ତୁ କରୋନା କଟକଣା ଯୋଗୁଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ବେଳାଭୂମିକୁ ସର୍ବସାଧାରଣଙ୍କ ପାଇଁ ବାରଣ କରାଯାଇଛି । ଫଳରେ ବ୍ରହ୍ମପୁର ସହରର ବିଭିନ୍ନ ପୋଖରୀ ତଥା ଜଳାଶୟରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି ।


















