ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିପାରିଲାନି ବିମାନ

335
ADVERTISEMENT

ଭୁବନେଶ୍ୱର,୧୧/୦୮(ଏଜେନସି ) : ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ବିମାନ ଯାତ୍ରୀ ହଟହଟା। ମେଘୁଆ ପାଗ ଯୋଗୁଁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିମାନ ଅବତରଣ କରି ନପାରିବାରୁ ପୁଣି ଭୁବନେଶ୍ୱର ଫେରି ଆସିଲା ବିମାନ। ସକାଳେ ଝାରସୁଗୁଡ଼ା ଯିବା ଲାଗି ଯାତ୍ରୀମାନେ ଆଲାଏଞ୍ଜ ବିମାନରେ ଯାତ୍ରା କରିଥିଲେ। ବିମାନ ଝାରସୁଗୁଡ଼ାରେ ପହଞ୍ଚିଥିଲା, ହେଲେ ପାଗ ଖରାପ ଥିବାରୁ ଅବତରଣ ଲାଗି ବିମାନବନ୍ଦର ପକ୍ଷରୁ ଅନୁମତି ଦିଆଯାଇ ନଥିଲା। ଫଳରେ ବିମାନଟି କିଛି ସମୟ ଆକାଶରେ ଚକ୍କର ମାରିବା ପରେ ପୁଣି ଭୁବନେଶ୍ୱର ଫେରିଆସିଥିଲା।

Advertisement