ବ୍ରହ୍ମପୁର,୧୩/୧୧ (ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ରେଶମ ସହର ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ବ୍ରହ୍ମପୁର ସହରର ଗଜପତିନଗର, ବାସୁଦେବନଗର ପ୍ରମୁଖ ଅଞ୍ଚଳରେ ପାଣି ଜମି ରହିଥିବାବେଳେ ଘର ଭିତରେ ଆଣ୍ଠୁଏ ଲେଖାଏଁ ପାଣି ଦେଖିବାକୁ ମିଳିଛି । ଏବଂ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ସେପଟେ ଲଘୁଚାପ ଜନିତ ବର୍ଷା କାରଣରୁ ପୁରୀ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ବର୍ଷା ଜଳ ଲହଡି ଭାଙ୍ଗିବା ସହ ସହରର ଅନେକ ତଳି ଅଞ୍ଚଳରେ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।


















