ଭୁବନେଶ୍ୱର ,୧୦/୧୧ (ଡ଼ି.ଏଚ ବ୍ୟୁରୋ):-ପୋଲିସ ହାଉସିଂ ଆଣ୍ଡ୍ ୱେଲ୍ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବାବେଳେ ତାଙ୍କୁ ଅଟକ ରଖି ଭିଜିଲାନ୍ସର ପଚରାଉଚୁରା ଜାରି | ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରତାପଙ୍କ ୨୫ଟି ଜମିର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କା ହୋଇଥିବାବେଳେ ଗୋଠପାଟଣାରେ ଥିବା ୫ ମହଲା ଘରର ମୂଲ୍ୟ ୩ କୋଟି ୮୯ ଲକ୍ଷ ଟଙ୍କା ହେବ | ସେହିପରି ପ୍ରତାପ ସାମଲ ଓ ତାଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧କୋଟି ୬୧ ଲକ୍ଷ ୩୫ହଜାର ୮୧୨ ଟଙ୍କା ଥିବାବେଳେ ୫୭ ଲକ୍ଷ ଟଙ୍କାର ବୀମା ପଇଠ ହୋଇଛି |

















