କୋଦଳା ,୮/୧୧ (ସୂର୍ଯ୍ୟ ନାରାୟଣ ବଡୁ ):- କୋଦଳା ତହସିଲ କାର୍ଯ୍ୟଳୟ ଠାରେ ନୂତନ ତହସିଲଦାର ସସ୍ମିତା ଶତପଥୀ ଯୋଗ ଦେବା ସଙ୍ଗେସଙ୍ଗେ ଆକ୍ସନ ମୁଡ଼ ରେ ଦେଖିବାକୁ ମିଳିଛି ।କୋଦଳା ତହସିଲ୍ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଆଚାନକ ଚଢ଼ାଉ କରାଯାଉଥିବା ବେଳେ ଶନିବାର ବିଳମ୍ବିତ ରାତ୍ରରେ ଚଢାଉ କରାଯିବା ସହ ୪ ଗୋଟି ବାଲି ବୋଝେଇ ଟ୍ରକ ଠାରୁ ଓ ଏମ୍ ଏମ୍ ସି (OMMC Rule-୨୦୧୬) କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ୬୫୦୦୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ଚଢାଉ ରେ ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ରାଜସ୍ୱ ନିରୀକ୍ଷକ ଶେଖର ଚନ୍ଦ୍ର ସେଠୀ ପ୍ରମୂଖ ସାମିଲ୍ ଥିଲେ । ଆଗକୁ ମଧ୍ଯ ଏଭଳି ଚଢାଉ ଜାରିରହିବ ବୋଲି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।
















