ଭୁବନେଶ୍ୱର,୭/୧୧ (ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ମମିତା ମେହେର ହତ୍ୟା ମାମଲାକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବିରେ ରାଜଭବନ ସମ୍ମୁଖରେ ଅହୋରାତ୍ର ଗଣଧାରଣା । ଏଥିରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଙ୍କ ନେତୃତ୍ବରେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀ ଅହୋରାତ୍ର ଗଣଧାରଣା ଆରମ୍ଭ କରିଛନ୍ତି ।

















