କୋଦଳା ଏନଏସିର ମିଶନ ଜିରୋ ଜିପିଏସ କାର୍ଯ୍ୟକ୍ରମ ।

141
ADVERTISEMENT

କୋଦଳା,୫/୧୧ (ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ଆଦେଶ ଅନୁଯାଇ (ଜିରୋ ଜିପିଏସ ସପ୍ତାହ )ପ୍ରତ୍ୟେକ ରାସ୍ତାଘାଟରେ ପଡ଼ିଥିବା ଜରି, ପ୍ଲାଷ୍ଟିକ ଓ ମାଟିକୁ ସମ୍ପୂର୍ଣ ଭାବେ ସଫା କରିବାକୁ କହିଥିବା ବେଳେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ନିର୍ଦ୍ଦେଶ ତଥା ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନଏସି ର ସମସ୍ତ ସଫେଇ କର୍ମଚାରୀ, ସ୍ୱଚ୍ଛସାଥି, ସୁପରଭାଇଜର ପ୍ରମୁଖ କୋଦଳାର ସମସ୍ତ ରାସ୍ତାଘାଟ ବୁଲି (ଜିରୋ ଜିପିଏସ )ଜମା ହୋଇଥିବା ଘାସ, ପ୍ଲାଷ୍ଟିକ ଓ ମାଟିକୁ ସମ୍ପୂର୍ଣ ବିଲୋପ କରିବା ପାଇଁ ଅଣ୍ଟାଭିଡି କାର୍ଯ୍ୟରେ ଲାଗିଥିଲେ । ଏହି କାର୍ଯ୍ୟକ୍ରମ ୩/୧୧ ଠାରୁ ଶୁଭାରମ୍ଭ ହୋଇଥିବା ବେଳେ ସାତଦିନ ବ୍ୟାପି ଏହି ସ୍ୱତନ୍ତ୍ର ସଫେଇ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।

Advertisement