ଖଲ୍ଲିକୋଟ,o୩/୧୧ (ଡ଼ି.ଏଚ ବ୍ୟୁରୋ):-ଖଲ୍ଲିକୋଟ ଥାନା ପୋଲିସ ପକ୍ଷରୁ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ ଶ୍ରୀକୃଷ୍ଣଶରଣପୁର ପଂଚାୟତର ଲୋଙ୍ଘର ଗ୍ରାମରେ ଚଢ଼ାଉ ବେଳେ ବିପୁଳ ପରିମାଣର ବାଣ ଜବତ ସହ ୩ ଜଣ ଗିରଫ । ବିଭିନ୍ନ ପ୍ରକାରର ବେଆଇନ ବାଣ ବିକ୍ରି ଓ ତିଆରି କରିବା ଅଭିଯୋଗରେ ସେମାନେ ଗିରଫ ହୋଇଥିବା ସୂଚନା । ସେମାନେ ହେଲେ କାହ୍ନୁ ଚରଣ ସାହୁ,ନାରାୟଣ ସାହୁ ଓ ବିଦ୍ୟା ନାହାକଙ୍କୁ । ଏବଂ ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୪୦ହଜାରରୁ ଅଧିକ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।


















