ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ବିରୁଦ୍ଧରେ ଗର୍ଜିଲା ବିଜେଡି।

136
ADVERTISEMENT

କୋଦଳା,୦୨/୧୧ ( ସୂର୍ଯ୍ୟ ନାରାୟଣ ବଡୁ ):- କୋଦଳାରେ ତୈଳ ଦର ଓ ରନ୍ଧନ ଗ୍ୟାସର ଅହେତୁକ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଳାଇଲେ ମହିଳା ବିଜେଡି ସଂଘ । ଏହି କ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକ ସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ବାହାରି ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାରେ ବିଭିନ୍ନ ସ୍ଲୋଗାନ ଦେବାସହ ବେଗୁନିଆପଡା ବ୍ଲକ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ । ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏ ବି ଡ଼ି ଓ ନିରାକାର ଜେନାଙ୍କୁ ପ୍ରଦାନ କରିଥିଲେ । ଏଥିରେ ବ୍ଲକ ଅଧକ୍ଷା କେ.ରାଜଲକ୍ଷ୍ମୀ ଦୋରା, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ବ୍ଲକ ମହିଳା ବିଜେଡି ସଭାପତି ମଧୁମିତା ସାହୁ, ଗୀତାଞ୍ଜଳି ଭୂୟାଁ, ସମାଜସେବୀ ଗୋପବନ୍ଧୁ ସାହୁ ଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ ।

Advertisement