ଭୁବନେଶ୍ବର,୨୯/୧୦(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର ରାଜଧାନୀରେ ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ବିଭିନ୍ନ ଦାବିପୂରଣ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଡ୍ରାଇଭର ପଦଯାତ୍ରା କରି ନବୀନନିବାସ ଅଭିମୁଖେ ଏକ ବିଶାଳ ରାଲିର ଆୟୋଜନ କରିଥିବାବେଳେ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ।


















