ଭୁବନେଶ୍ୱର ,୨୫/୧୦ (ଡ଼ି.ଏଚ ବ୍ୟୁରୋ):-ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିବା ସହି ମାନସିକ ଶାନ୍ତି ପ୍ରାପ୍ତ ହୁଏ । କିନ୍ତୁ ଚଳିତ ବର୍ଷ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ। ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ୧୪୪ଧାରା ଜାରୀ ସହ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ପୀଠକୁ ନ ଆସିବାକୁ ବାରଣ । ସେପଟେ କାର୍ତ୍ତିକ ମାସରପ୍ରଥମ ସୋମବାରରେ ଶ୍ରଦ୍ଧାଳୁଙ୍କୁ ରାଇଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ ।

















