ଭୁବନେଶ୍ୱର ,୧୧/୦୮(ଏଜେନସି ) : ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନ କରି କାଳିଆ ଟଙ୍କା ବାଣ୍ଟିବା ରାଜ୍ୟ ସରକାର ନିଜ ଅପାରଗତାର ପରିଚୟ ଦେଇଛନ୍ତି ବୋଲି ଶିବରାଜ କହିଛନ୍ତି। ବିକାଶ ଲାଗି ରାଜ୍ୟ ସରକାରଙ୍କ ପାଖରେ କୌଣସି ବିଧିବଦ୍ଧ ରୋଡମ୍ୟାପ୍ ନ ଥିବା ସେ କହିଛନ୍ତି।ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନ କରି କାଳିଆ ଟଙ୍କା ବାଣ୍ଟିବା ରାଜ୍ୟ ସରକାର ନିଜ ଅପାରଗତାର ପରିଚୟ ଦେଇଛନ୍ତି ବୋଲି ଶିବରାଜ କହିଛନ୍ତି। ବିକାଶ ଲାଗି ରାଜ୍ୟ ସରକାରଙ୍କ ପାଖରେ କୌଣସି ବିଧିବଦ୍ଧ ମ୍ୟାପ୍ ନ ଥିବା ସେ କହିଛନ୍ତି । ଶ୍ୱେତପତ୍ର ଜରିଆରେ ଚାଷୀଙ୍କ ତାଲିକା ପ୍ରକାଶ କରିବା ସହ ଆୟୁଷ୍ମାନ ଯୋଜନାରେ ଚାଷୀଙ୍କୁ ସାମିଲ କରିବାକୁ ସେ ଦାବି କରିଛନ୍ତି । ତେବେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ବିଜେଡି ସମର୍ଥନ କରିବା ନେଇ ଶିବରାଜ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ‘ବିଜେଡି କେବଳ ରାଜନୈତିକ ସହଯୋଗ କରୁଛି । ନ ହେଲେ ବିଜେଡି ସହ ବିଜେପିର ଆଉ କୌଣସି ସମ୍ପର୍କ ନାହିଁ। ଆଗାମୀ ଦିନରେ ଦଳ ଏକାକୀ ନିର୍ବାଚନ ଲଢ଼ିବ।’
ରାଜ୍ୟରେ ଜଳସେଚନ ବ୍ୟବସ୍ଥା ନେଇ ମଧ୍ୟ ଶିବରାଜ, ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
କଂଗ୍ରେସ ଉପରେ ମଧ୍ୟ ଶିବରାଜ ବର୍ଷିଛନ୍ତି। ସେ କହିଛନ୍ତି,‘କଂଗ୍ରେସରେ ପରିବାରବାଦ ହିଁ ସବୁକିଛି। ହେଲେ ବିଜେପି କେବେ ବି ପରିବାରବାଦରେ ବିଶ୍ୱାସ କରେନାହିଁ। ଦଳର ସଭାପତି ଚୟନ ନେଇ ଟଣାଓଟରା ଲାଗିବା ହାସ୍ୟାସ୍ପଦ।
ଏହାସହ ଟ୍ରିପଲ୍ ତଲାକ ଓ ଧାରା ୩୭୦ ଉଚ୍ଛେଦ ନେଇ ମୋଦି ସରକାରଙ୍କୁ ଶିବରାଜ ସିଂହ ଚୌହ୍ୱାନ ପ୍ରଶଂସା କରିଛନ୍ତି। କାଶ୍ମୀର ସମସ୍ୟା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ହିଁ ଦାୟୀ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜମ୍ମୁ ଓ କାଶ୍ମୀର ଏବଂ କଂଗ୍ରେସର ସଭାପତି ନିର୍ବାଚନ ନେଇ ଶିବରାଜଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ । ଦେଶ ପାଇଁ ଗାନ୍ଧି ପରିବାରର ଯେଉଁ ଅବଦାନ ରହିଛି, ଆଉ କାହାର ନାହିଁ ବୋଲି ସୁର କହିଛନ୍ତି । ସେ ଆହୁରି କହିଛନ୍ତି, ‘ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧି ଦେଶ ପାଇଁ ପ୍ରାଣ ବଳି ଦେଇଛନ୍ତି। ବିଜେପି ଖାଲି କଥା କହେ, ହେଲେ ଦେଶରେ ଯାହା ବିକାଶ ହୋଇଛି, ତାହା କେବଳ କଂଗ୍ରେସ ପାଇଁ ହୋଇଛି। ଆଜି ଯଦି କାଶ୍ମୀର ଭାରତ ସହ ଅଛି, ତାହା କେବଳ ନେହରୁ ଓ ପଟେଲଙ୍କ ପାଇଁ। ସୋନିଆ ଗାନ୍ଧି ପୁଣି ଥରେ ଦଳର ସଭାପତି ହେବା ପରେ ବିଜେପି ଛାନିଆ ହୋଇଗଲାଣି। ’