Thursday, September 3, 2026
ADVERTISEMENT
Home ମୁଖ୍ୟ ଖବର ‘କାଳିଆ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌, ପରିବାରବାଦ ଆଳରେ କଂଗ୍ରେସକୁ ଶିବରାଜଙ୍କ ଭର୍ତ୍ସନା

‘କାଳିଆ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌, ପରିବାରବାଦ ଆଳରେ କଂଗ୍ରେସକୁ ଶିବରାଜଙ୍କ ଭର୍ତ୍ସନା

320
ADVERTISEMENT

ଭୁବନେଶ୍ୱର ,୧୧/୦୮(ଏଜେନସି ) : ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନ କରି କାଳିଆ ଟଙ୍କା ବାଣ୍ଟିବା ରାଜ୍ୟ ସରକାର ନିଜ ଅପାରଗତାର ପରିଚୟ ଦେଇଛନ୍ତି ବୋଲି ଶିବରାଜ କହିଛନ୍ତି। ବିକାଶ ଲାଗି ରାଜ୍ୟ ସରକାରଙ୍କ ପାଖରେ କୌଣସି ବିଧିବଦ୍ଧ ରୋଡମ୍ୟାପ୍‌ ନ ଥିବା ସେ କହିଛନ୍ତି।ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନ କରି କାଳିଆ ଟଙ୍କା ବାଣ୍ଟିବା ରାଜ୍ୟ ସରକାର ନିଜ ଅପାରଗତାର ପରିଚୟ ଦେଇଛନ୍ତି ବୋଲି ଶିବରାଜ କହିଛନ୍ତି। ବିକାଶ ଲାଗି ରାଜ୍ୟ ସରକାରଙ୍କ ପାଖରେ କୌଣସି ବିଧିବଦ୍ଧ ମ୍ୟାପ୍‌ ନ ଥିବା ସେ କହିଛନ୍ତି । ଶ୍ୱେତପତ୍ର ଜରିଆରେ ଚାଷୀଙ୍କ ତାଲିକା ପ୍ରକାଶ କରିବା ସହ ଆୟୁଷ୍ମାନ ଯୋଜନାରେ ଚାଷୀଙ୍କୁ ସାମିଲ କରିବାକୁ ସେ ଦାବି କରିଛନ୍ତି । ତେବେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ବିଜେଡି ସମର୍ଥନ କରିବା ନେଇ ଶିବରାଜ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ‘ବିଜେଡି କେବଳ ରାଜନୈତିକ ସହଯୋଗ କରୁଛି । ନ ହେଲେ ବିଜେଡି ସହ ବିଜେପିର ଆଉ କୌଣସି ସମ୍ପର୍କ ନାହିଁ। ଆଗାମୀ ଦିନରେ ଦଳ ଏକାକୀ ନିର୍ବାଚନ ଲଢ଼ିବ।’
ରାଜ୍ୟରେ ଜଳସେଚନ ବ୍ୟବସ୍ଥା ନେଇ ମଧ୍ୟ ଶିବରାଜ, ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
କଂଗ୍ରେସ ଉପରେ ମଧ୍ୟ ଶିବରାଜ ବର୍ଷିଛନ୍ତି। ସେ କହିଛନ୍ତି,‘କଂଗ୍ରେସରେ ପରିବାରବାଦ ହିଁ ସବୁକିଛି। ହେଲେ ବିଜେପି କେବେ ବି ପରିବାରବାଦରେ ବିଶ୍ୱାସ କରେନାହିଁ। ଦଳର ସଭାପତି ଚୟନ ନେଇ ଟଣାଓଟରା ଲାଗିବା ହାସ୍ୟାସ୍ପଦ।
ଏହାସହ ଟ୍ରିପଲ୍‌ ତଲାକ ଓ ଧାରା ୩୭୦ ଉଚ୍ଛେଦ ନେଇ ମୋଦି ସରକାରଙ୍କୁ ଶିବରାଜ ସିଂହ ଚୌହ୍ୱାନ ପ୍ରଶଂସା କରିଛନ୍ତି। କାଶ୍ମୀର ସମସ୍ୟା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ହିଁ ଦାୟୀ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜମ୍ମୁ ଓ କାଶ୍ମୀର ଏବଂ କଂଗ୍ରେସର ସଭାପତି ନିର୍ବାଚନ ନେଇ ଶିବରାଜଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ । ଦେଶ ପାଇଁ ଗାନ୍ଧି ପରିବାରର ଯେଉଁ ଅବଦାନ ରହିଛି, ଆଉ କାହାର ନାହିଁ ବୋଲି ସୁର କହିଛନ୍ତି । ସେ ଆହୁରି କହିଛନ୍ତି, ‘ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧି ଦେଶ ପାଇଁ ପ୍ରାଣ ବଳି ଦେଇଛନ୍ତି। ବିଜେପି ଖାଲି କଥା କହେ, ହେଲେ ଦେଶରେ ଯାହା ବିକାଶ ହୋଇଛି, ତାହା କେବଳ କଂଗ୍ରେସ ପାଇଁ ହୋଇଛି। ଆଜି ଯଦି କାଶ୍ମୀର ଭାରତ ସହ ଅଛି, ତାହା କେବଳ ନେହରୁ ଓ ପଟେଲଙ୍କ ପାଇଁ। ସୋନିଆ ଗାନ୍ଧି ପୁଣି ଥରେ ଦଳର ସଭାପତି ହେବା ପରେ ବିଜେପି ଛାନିଆ ହୋଇଗଲାଣି। ’

Advertisement