ଖଲ୍ଲିକୋଟ,୨୩/୧୦(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୁଲିସ ପକ୍ଷରୁ ଖୋଜାପଲ୍ଲୀ ବଡ଼ଦାଣ୍ଡ ସାହିର ନିଶା ମାଫିଆ ରଜନୀକାନ୍ତ ପଟ୍ଟନାୟକକୁ ଗିରଫ ଓ ତାଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା, ସାଢ଼େ ୮କିଲୋ ସୁନା ଗହଣା, ବିପୁଳ ରୁପା ଅଳଙ୍କାର ସହି ୧୦ କିଲୋ ଅଫିମ ଓ ୩୪ କିଲୋ ଗଞ୍ଜେଇ ଜବତ । ଜବତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଏବଂ ରଜନୀକାନ୍ତ ଗଞ୍ଜେଇ ବାହାରକୁ ଚାଲାଣ କରିବା ସହ ସ୍ଥାନୀୟ ଅଞ୍ଚଳରେ ନିଜ ନିଶା କାରବାର ସାମ୍ରାଜ୍ୟକୁ ବୃଦ୍ଧି କରି ଚାଲିଥିଲା।


















