କୋଦଳା,୨୧/୧୦(ସୂର୍ଯ୍ୟ ନାରାୟଣ ବଡୁ):- ପବିତ୍ର କୁମାର ପୁର୍ଣିମା ଅବସରରେ କୋଦଳା ବାବା ଦଣ୍ଡିଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଚାଲୁଥିବା ଅଖଣ୍ଡ ନାମଯଜ୍ଞର ସମସ୍ତ ପୂଜକ ଏବଂ ସେବକଙ୍କୁ ରୁଚି ଆଇସକ୍ରିମ ମାଲିକ ରୂପ ରଞ୍ଜନ ସାହୁ ବସ୍ତ୍ର ସହିତ ଦକ୍ଷିଣା ପ୍ରଦାନ କରିଛନ୍ତି !ଏମିତି ପ୍ରତ୍ୟକ ବର୍ଷ ଏହି ଅନୁଷ୍ଠାନ କେଉଁଠି ନା କେଉଁଠି ଏମିତି ବସ୍ତ୍ରଦାନ କରୁଥିବା ବେଳେ ନାମ ସେବକଙ୍କୁ ବସ୍ତ୍ର ପ୍ରଦାନ କରୁଛନ୍ତି !ସେହିପରି ସମସ୍ତ ସେବକଙ୍କୁ ବାଇଗଣିଆ ସାହି ସମାଜସେବୀ ରବୀନ୍ଦ୍ର ପରିଡା ସମସ୍ତ ସେବକଙ୍କୁ ମଠା ଓଢଣୀ ଦାନ କରିଥିଲେ !ଉଭୟଙ୍କୁ ପୂଜକ ଓ ସେବାୟତ ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ନାମଯଜ୍ଞ କମିଟି ସଦସ୍ୟ ପ୍ରଦୀପ କୁମାର ପାଢ଼ୀ, ତ୍ରିପତି ନାୟକ, ଟୁଟୁ ନାୟକ ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କୁ ଉତ୍ସାହିତ କରିଥିଲେ!


















