ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ ରାକେଟ୍ ଠାବ ।

23
ADVERTISEMENT

ବ୍ରହ୍ମପୁର,୧୨/୧୦(ଡ଼ିଏଚ.ବ୍ୟୁରୋ):-ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ ରାକେଟ୍ ଠାବ । ବ୍ରହ୍ମପୁର ପୋଲିସ ପକ୍ଷରୁ ଏହି ରାକେଟ୍ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ସମେତ ୮ଜଣ ଗିରଫ । ସେମାନେ ହେଲେ ଲାଞ୍ଜିପଲ୍ଲୀ ପାଢ଼ୀ କଲୋନିର ଜଗନ୍ନାଥ ଚୌଧୁରୀ, ହଳଦିଆପଦରର ସନ୍ତୋଷ କୁମାର ନାୟକ, ଗୋସାଇଁ ନୂଆଗାଁର ରାମ ପ୍ରସାଦ ଚୌଧୁରୀ ଅଜିତ କୁମାର ସାହୁ, ବିନୋଦ ପଣ୍ଡା ,ଅମ୍ବିକାନଗର ପ୍ରଥମ ଲାଇନ୍ର ସବ୍ୟସାଚୀ ପାଢ଼ୀ ଓ କୀର୍ତ୍ତିରଂଜନ ଶତପଥୀ, ଓ ବିଜିପୁରର ନିଳାଦ୍ରୀ ପାଢ଼ୀ, । ଏମାନଙ୍କ ନିକଟରୁ ମୋଟ ୮ଲକ୍ଷ ୬୩ହଜାର ୨ଶହ ଟଙ୍କା ଜବତ ହୋଇଥିବା ସୂଚନା ।

Advertisement