ଗୋଦରାପଲ୍ଲୀ ହତ୍ୟା ଘଟଣାରେ ଧରାପଡିଲେ ୨ ଅଭିଯୁକ୍ତ, ଅଟୋ ଜବତ

12
ADVERTISEMENT

ସାନଖେମୁଣ୍ଡି,୦୮/୧୦(ଡ଼ି.ଏଚ/ବ୍ୟୁରୋ): ହିଞ୍ଜିଳି ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମର ପି.ଧର୍ମାରାଓ ହତ୍ୟା ଘଟଣାରେ ହିଞ୍ଜିଳି ପୋଲିସ୍ ୨ଜଣକୁ ଗିରଫ କରି ଅଟୋ ଜବତ କରିଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ଗୋଦରାପଲ୍ଲୀ କେନାଲ ନିକଟରେ ମୃତଦେହ ପଡ଼ିଥିବା ନେଇ ହିଞ୍ଜିଳି ପୋଲିସକୁ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ । ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଅଗ୍ନିଶମ ବିଭାଗ ସହାୟତାରେ କେନାଲ ଶବ ଜବତ କରିଥିଲା ପୋଲିସ ।

ହିଞ୍ଜିଳି ଥାନାରେ ପି ଧର୍ମାରାଓଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ହିଞ୍ଜିଳି ପୋଲିସ୍ ୫୨୭/୨୧ ମାମଲା ରୁଜୁ କରି ତଦନ୍ତ କରିଥିଲା ଏହି ଘଟଣାରେ ହିଞ୍ଜିଳି ପୋଲିସ ୨ଜଣକୁ ଗିରଫ କରିଥିଲା । ଗିରଫ ମାନେ ହେଲେ ଗୋଦରାପଲ୍ଲୀ ଗ୍ରାମ ରେ ଜାଗିଲି ସେଠୀ ଓରଫ୍ ଜଗଦିସ୍, ଦର୍ଶନ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ହିଞ୍ଜିଳି ପୋଲିସ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ ।

Advertisement