ଡକାୟତ ଉଦ୍ୟମକୁ ରୋକ ଲଗାଇବାରେ ସକ୍ଷମ ହେଲା ସଦର ପୋଲିସ

161
ADVERTISEMENT

କୁକୁଡାଖଣ୍ଡି,୦୭/୧୦(ଇ.ରଞ୍ଜନ): କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ଗୁରୁଣ୍ଠି ରୋଡ଼ଟି ରାତ୍ର ୧୦ଟା ପରେ ନିଜର୍ନ ସ୍ଥାନ ହୋଇଥିବାରୁ ନିକଟବର୍ତ୍ତୀ ଅଞ୍ଚଳର କିଛି ଅସାଧୁ ଯୁବକ ମାନଙ୍କ ଦ୍ୱାରା ଡକାୟତ କାର୍ଯ୍ୟ ବୃଦ୍ଧି ପାଉଛି l ଏହି ରାସ୍ତାରେ ପୂର୍ବରୁ ବିଭିନ୍ନ ଅପରାଧିକ କାର୍ଯ୍ୟ ହୋଇଥିବା ସୂଚନା l ଲୋଚାପଡ଼ା ଗୁରୁଣ୍ଠି ମଧ୍ୟଭାଗରେ ଥିବା ଶୈବ ପୀଠ ଠାରେ ଅନ୍ଧାର ଥିବାରୁ ଅପରାଧୀ ମାନଙ୍କ ଡକାୟତ ପାଇଁ ସଂଘଠିତ ବୈଠକରେ ନିଷ୍ପତିରେ ଡକାୟତ କାର୍ଯ୍ୟ ସଫଳ ହେଉଥିବା ସାଧାରଣ ରେ ଆଲୋଚନା ସୃଷ୍ଟି ହେଉଛି ବୁଧବାର ମଧ୍ୟରାତ୍ରରେ ସଦର ପୋଲିସ ଏସ ଆଇ କେଳୁଚରଣ ମଲ୍ଲିକଙ୍କୁ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ସଦଳବଳେ ନିକଟସ୍ଥ ପେଟ୍ରୋଲ ପମ୍ପ ଉପରେ ନଜର ରଖି ଡକାୟତ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କ ଡକାୟତ କାର୍ଯ୍ୟ ପୂର୍ବରୁ ତାହାକୁ ରୋକ ଲଗାଇ ୫ ଜଣ ଦୃବୁତଙ୍କୁ ଧରିଥିଲେ ସେମାନେ ହେଲେ ନିକଟସ୍ଥ ଝାଡାଙ୍କୁଳି ଗ୍ରାମର ଦୃର୍ବ ସାହୁ, ଲୋଚାପଡ଼ା ରାମ କୃଷ୍ଣ ନଗର ଅଞ୍ଚଳର କେ ମୋହନ ରାଓ,ତାରିଣୀ ଦାସ, ଲାଠି ଗ୍ରାମର କୁନା ଗୌଡ଼, ଦିଗପହଣ୍ଡିର ଅଜିତ ସ୍ୱାଇଁ ଙ୍କୁ ଗିରଫ କରିଛି ପୋଲିସ ସେମାନଙ୍କ ଠାରୁ ବିଭିନ୍ନ ମରଣାଅସ୍ତ୍ର ସହ ବୋମା ଜବତ କରି କେସ ନଂ 324/21 ମାମଲା ରୁଜୁକରି କୋର୍ଟ ସ୍ଥାନାନ୍ତର କରାଯିବ ବୋଲି ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ସୂଚନା l

Advertisement