ବନ୍ୟା ଓ ବାତ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ଏସଆର୍‌ସିଙ୍କ ନିର୍ଦ୍ଦେଶ

203
ADVERTISEMENT

ଭୁବନେଶ୍ୱର,୧୧/୦୮(ଏଜେନସି ) : ଓଡ଼ିଶା ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌.ଆର୍‌ ସି)ଏବଂ ବିପର୍ଯ୍ୟୟ ପରିଚାଳନା କମିସନର ତଥା ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ବନ୍ୟା ଓ ବାତ୍ୟା ଜନିତ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଥିବା ପ୍ରତି ବ୍ଲକର ଏହି କ୍ଷତି ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି । ଏପ୍ରିଲ ମାସରୁ ଅକ୍ଟୋବର ମାସ ଯାଏଁ ହାରାହାରି ବୃଷ୍ଟିପାତର ପରିମାଣ ଜଣାଇବାକୁ କୁହାଯାଇଛି । ବନ୍ୟା ଓ ବାତ୍ୟାରେ କେଉଁ ଅଞ୍ଚଳର କେତେସଂଖ୍ୟକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ତାହାର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ କେତେ ପରିମାଣର ଶସ୍ୟ,ପ୍ରାଣୀ ସଂପଦ ,ମନୁଷ୍ୟ ମୃତ୍ୟୁ,ମନୁଷ୍ୟ ଆହତ ହୋଇଛନ୍ତି, ତା’ର ରିପୋର୍ଟ ଦେବାକୁ ବି ଏଥିରେ କୁହାଯାଇଛି । ଏହି ସମୟରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟର ସର୍ବଶେଷ ତଥ୍ୟ,ରିଲିଫ୍‌ ଓ ମାଗଣା ରନ୍ଧା ଖାଦ୍ୟ ଯୋଗାଣ,ଜରୁରୀକାଳୀନ ରିଲିଫ୍‌ ବିତରଣ,ଫୁଡ୍‌ ପ୍ୟାକେଟ୍‌ର ଏୟାର ଡ୍ରପିଂ, ଏନ୍‌ଜିଓମାନଙ୍କ ଦ୍ୱାରା ଜରୁରୀକାଳୀନ ରିଲିଫ୍‌ ବିତରଣ, ପାନୀୟ ଜଳର ଉତ୍ସ, ସ୍ୱାସ୍ଥ୍ୟ,ମାନବ ଚିକିତ୍ସା,ପ୍ରାଣୀ ଚିକିତ୍ସା ଆଦି ସଂପର୍କରେ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisement