କୋଦଳା,୦୨/୧୦(ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ସ୍ଵଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡିଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଡ଼ିଏସଡବ୍ଲୁଓ ସୁରେଖା ସୁନ୍ଦରୀ, ଏଡ଼ିଏସଡବ୍ଲୁଓ ସାଧନ ଦାଶ, ଏନଏସି ସାହାୟକ ଯନ୍ତ୍ରୀ ସୁଧାକର ଦାଶ, ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏନଏସି ର ସମସ୍ତ ସଫେଇ କର୍ମଚାରି, ଅଙ୍ଗନବାଡି କର୍ମୀ, ସ୍ଵଛସାଥୀଓ କାର୍ଯ୍ୟଳୟ କର୍ମକର୍ତ୍ତା ଏକ ମିଳିତ ରା଼ଲି ମାଧ୍ୟମରେ ବର୍ଯ୍ୟବସ୍ତୁ ପରିଚାଳନା କାର୍ଯ୍ୟଳୟ ଠାରୁ ବାହାରି ଏନଏସି କାର୍ଯ୍ୟାଳୟ ନିକଟରେ “ମୁଁ ପ୍ରତିବର୍ଷ ୧୦୦ ଘଣ୍ଟା ଅର୍ଥାତ ପ୍ରତି ସପ୍ତାହରେ ଦୁଇଘଣ୍ଟା ଶ୍ରମଦାନ କରିବି, ପରିବେଶ କୁ ଅପରିଷ୍କାର କରିବିନାହିଁ, ଗଳିକନ୍ଦି ସ୍ୱଚ୍ଛଭାରତ ଅଭିଯାନ ପ୍ରଚାର କରିବା ସହିତ ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ଉକ୍ତି କୁ ଚରିତାର୍ଥ କରିବି ଏବଂ ଏକ ସ୍ୱଚ୍ଛ ସବୁଜ ସୁନ୍ଦର ଗଞ୍ଜାମ ଗଢିବାରେ ଏକ ଅଗ୍ରଣୀ ସେନାନି ସାଜିବି ବୋଲି ଶପଥ ପାଠ କରିଥିବା ବେଳେ ଅନ୍ୟ ୧୦୦ ଜଣଙ୍କୁ ମଧ୍ୟ ଏହି ଶପଥ କରାଇବି ବୋଲି କହିଥିଲେ l ପରେ ପରେ ସମସ୍ତ କୋଦଳା ମୁଖ୍ୟ ରାସ୍ତାରେ ସ୍ଵଛତା ଓ ସମସ୍ତ ପ୍ଳାଷ୍ଟିକ ବର୍ଯ୍ୟାବସ୍ତୁ କୁ ସମ୍ପୂର୍ଣ ବର୍ଜନ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲେ l ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଡ଼ିଏସଡବ୍ଲୁଓ କାର୍ଯ୍ୟକ୍ରମରେ ନିଜେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରି ଖୁସିବ୍ୟକ୍ତ କରିଥିଲେ l


















