ବ୍ରହ୍ମପୁର,୦୨/୧୦(ଡ଼ି.ଏଚ/ବ୍ୟୁରୋ): ପୋଲିସକୁ ସଫଳତା । ଡକାୟତି ଯୋଜନା ବେଳେ ମାଡିବସିଲା ପୋଲିସ ।ଘଟଣାରେ ୬ଜଣଙ୍କ ଗିରଫ କରିଛି ପୋଲିସ । ଏହାସହ ଅଭିଯୁକ୍ତଙ୍କ ନିକଟରୁ ଅନେକ ମାରଣାସ୍ତ୍ର ଜବତ କରାଯାଇଛି । ଖବର ଅନୁଯାୟୀ, କିଛି ଦୁର୍ବୃତ୍ତ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ବୈଦ୍ୟନାଥପୁର ପୋଲିସ ଡକାୟତି ଯୋଜନା ନେଇ ଗୁଇନ୍ଦା ସୂଚନା ପାଇଲା । ଏହାପରେ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ପୋଲିସ ତିନୋଟି ଖଣ୍ଡା, ଦୁଇଟି ଅଫୁଟା ବୋମା, ଦୁଇଟି ମୋଟରସାଇକେଲ୍, ଦୁଇଟି ଲୁହା ରୋଡ୍ ମିଳିଛି । ଏହାସହ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ପୋଲିସ ।


















