Saturday, September 26, 2026
ADVERTISEMENT
Home ଆଞ୍ଚଳିକ ୮ ଗ୍ରାମ ବ୍ରାଉନସୁଗାର ଜବତ : ଖସିଗଲେ ୨, ଧରାପଡିଲେ ୩ ଯୁବକ

୮ ଗ୍ରାମ ବ୍ରାଉନସୁଗାର ଜବତ : ଖସିଗଲେ ୨, ଧରାପଡିଲେ ୩ ଯୁବକ

201
ADVERTISEMENT

ଯାଜପୁର,୦୧/୧୦(ଡ଼ି.ଏଚ/ବ୍ୟୁରୋ): ଯାଜପୁର ଜିଲ୍ଲା ପାଣିକୋଇଲି ଛକରୁ ବ୍ରାଉନସୁଗାର ଜବତ । ଗୁରୁବାର ବିଳମ୍ବିତ ରାତିରେ ଚଢ଼ାଉ କରି ୮ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ପାଣିକୋଇଲି ଛକରେ ଥିବା ଏକ ଲୁଗାଦୋକାନ ସମ୍ମୁଖରେ ଏକ କାରରେ କିଛି ଯୁବକ ବସି ରହିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସେଠାରେ ହଠାତ ଚଢ଼ାଉ କରିଥିଲା। ତେବେ ପୋଲିସର ଚଢ଼ାଉ ସମୟରେ ଅନ୍ଧାରର ସୁଯୋଗ ନେଇ ୨ ଜଣ ଯୁବକ ସେଠାରୁ ଖସି ଯାଇଥିବା ବେଳେ ୩ ଜଣ ଯୁବକଙ୍କୁ ପୋଲିସ କାବୁ କରିଥିଲା । ସେମାନଙ୍କ ନିକଟରୁ ୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ପରେ ପୋଲିସ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ବାଲେଶ୍ଵର ଅଞ୍ଚଳର ସୁଦର୍ଶନ ଜେନା, ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବିକାଶ ସାମଲ ଓ ସୁବାସ ସାମଲ ବୋଲି ଜଣାପଡିଛି ।

Advertisement