ବିଭିନ୍ନ ଦାବିନେଇ ଓଡିଶା କୃଷକ ସଭାର ତହସିଲ ଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

148
ADVERTISEMENT

କୋଦଳା,୩୦/୯(ସୂର୍ଯ୍ୟ ନାରାୟଣ ବଡୁ): ଓଡିଶା କୃଷକ ସଭା ବେଗୁନିଆପଡା ବ୍ଲକ କମିଟି ପକ୍ଷରୁ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟ କାରୀ କରି ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା, ବାଳିସିଂ ଗ୍ରାମର ଆଦିବାସୀ ଙ୍କ ଜମି ଦୁଇ ଥର ବନବିଭାଗ ଓତହସିଲ କର୍ମଚାରୀ ଙ୍କ ଦ୍ୱାରା ସର୍ଭେ କରାଯାଇ ଥିଲେ ସୁଦ୍ଧା ଜିଲ୍ଲାପାଳ ତହସିଲ କାର୍ଯ୍ୟାଳୟ କୁ ଉକ୍ତ ଜମି ଜଳଧାର ବୋଲି ପରେ ଜଣାଇଛନ୍ତି. ସର୍ଭେ କଲା ବେଳେ ତହସିଲଦାର କିପରି ଜାଣି ପାରିଲେ ନାହିଁ ବୋଲି ଅଭିଯୋଗ କରିବା ସଙ୍ଗେ ସଙ୍ଗେ ରାଜସ୍ଵ ଓ ବନ ବିଭାଗ ଦ୍ୱାରା ଲୋକମାନଙ୍କ ଉପସ୍ଥିତ ରେ ପୁଣି ସର୍ଭେ କରିବାକୁ କୃଷକ ସଭା ଦାବୀ କରୁଛି l ଦଖଲ କରିଦୀର୍ଘ ଦିନ ବାସକରି ଆସୁଥିବା ଘର ପଟ୍ଟା ପ୍ରଦାନ କରିବା ସହିତ ସରକାର ଗରିବ ଜମିହୀନ ମାନଙ୍କୁ ଦେଇ ଥିବା ସରକାରୀ ଜମି ଦୀର୍ଘ ଦିନ ଧରି ଦଖଲ ଆସୁଥିଲେ ମଧ୍ୟ ଆଜି ପ୍ରଯ୍ୟନ୍ତ ପଟ୍ଟା ତୁରନ୍ତ ପ୍ରଦାନ କରିବାକୁ କହିଛନ୍ତି l ଆବେଦନ କରି ଥିବା ସମସ୍ତ ଜମି ତଦନ୍ତ କରି ପଟ୍ଟା ଦେବାକୁ ଦାବୀ l ଜଣାଇବା ସଙ୍ଗେ ସର୍ଭେ କରି ଥିବା ଜମି ବନ ବିଭାଗ ରିପୋର୍ଟ ଦେବାରେ ଅବହେଳା ଓ ପଲ୍ଲୀ ସଭା କରି ପଂଚାୟତ କୁ ନିର୍ଦ୍ଧେଶ ଦେବା ଦାବୀ ନେଇ କୃଷକ ସଭା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ୱରେ ଏକ ପ୍ରତନିଧି ମଣ୍ଡଳୀ ଭାରପ୍ରାପ୍ତ ତହସିଲଦାର /ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଙ୍କ ସହିତ ଆଲୋଚନା କରି ଉକ୍ତ ଦାବୀ ପୂରଣ ନହେଲେ ଦାବୀ ପୂରଣ ହେଲା ପ୍ରଯ୍ୟନ୍ତ ଗଣ ଆନ୍ଦୋଳନ କରିବାକୁ ସ୍ମାରକ ପତ୍ର ଦେଇଛନ୍ତି l ଏହିପ୍ରତନିଧି ମଣ୍ଡଳୀ ରେ ବ୍ଲକ ସଭା ପତି ଅଭିମନ୍ୟୁ ନାହାକ. ସଞ୍ଜୟ ପାତ୍ର. ମଙ୍ଗଳା ଶବର. ମଙ୍ଗୁଲୁପ୍ରାଧନ. ଭାସ୍କର ଯାନୀ. ଶଶୀ ନାୟକ. ମୋଚିଆ ଶବର. ବିଜୟ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Advertisement