ସ୍ପଲ ବୋଝେଇ ଟ୍ରକ ଜବତ ; ୩୦ହଜାର ଟଙ୍କା ଜରିମାନା ଆଦାୟ

165
ADVERTISEMENT

ବେଗୁନିଆ,୨୭/୯(ଡ଼ି.ଏଚ/ବ୍ୟୁରୋ): ରଣପୁରରୁ ଏକ ସ୍ପଲ ବୋଝେଇ ଟ୍ରକ କାଇପଦର ଯାଉଥିବାବେଳେ ବେଗୁନିଆ ତହସିଲ କାର୍ୟ୍ୟାଳୟର କର୍ମଚାରୀମାନେ ଅଠାରଙ୍ଗଠାରୁ ଟ୍ରକଟିକୁ ଜବତ କରି ତହସିଲ କାର୍ୟ୍ୟାଳୟକୁ ଆଣିଛନ୍ତି ।ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ, ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ,ଅମିନ ନିର୍ମଳ ସାହୁ ଏବଂ ବୁଟୁ ସାହୁ ପ୍ରମୁଖ ଗାଡିଟିକୁ ସମ୍ପୃକ୍ତ ସ୍ଥାନରେ ଜବତ କରି କାଗଜପତ୍ର ତନଖି କରିଥିଲେ ।ଗାଡ଼ିରେ ୱାଇ ଫର୍ମ ନଥିବାରୁ ଟ୍ରକଟିକୁ ଜବତ କରି ତହସିଲ କାର୍ୟ୍ୟାଳୟକୁ ଆଣିଥିଲେ ।ପରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶ କ୍ରମେ ଉକ୍ତ ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ଟ୍ରକଟିକୁ ଛାଡି ଦିଆଯାଇଛି ।

Advertisement