କୋଦଳା,୨୬/୯(ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ୍ୟ ପ୍ରଚେଷ୍ଟା ଫଳରେ ଆଜି ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ଏନଏସି ର ମାନ୍ୟତା ହାସଲ କରିଥିବା ଜଣାପଡ଼ିଛି l ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ପକ୍ଷରୁ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ (nac)କୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଡିଜିଟାଲ ରାଜସ୍ୱ ଆଦାୟ ନିମନ୍ତେ ଶ୍ରେଷ୍ଠ ଏନଏସି ରୂପେ ଘୋଷଣା କରାଯାଇଛି l ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କ ପକ୍ଷ ରୁ ସେପ୍ଟେମ୍ବର ୨୫ ତାରିଖ ଭୁବନେଶ୍ୱର ଲୋକ ସେବା ଭବନ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କୋଦଳା ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ଟେକ୍ସ କଲେକ୍ଟର ରାଜେନ୍ଦ୍ର କୁମାର ସାହୁ ଓ ସନ୍ତୋଷ କୁମାର ପଣ୍ଡାଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଛନ୍ତି l ଏନଏସି ର ଏହି ସଫଳତାରେ କାର୍ଯ୍ୟ ନିର୍ବାହୀ ଅଧିକାରିଙ୍କୁ ସହାୟକ ଯନ୍ତ୍ରୀ ସୁଧାକର ଦାଶ, ସ୍ୱଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡି ଙ୍କ ସମେତ ସମସ୍ତ ଅଫିସ କର୍ମଚାରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l

















