ମଦ ପୋଚ ପାଣି ନ ଛାଡିବା ଦାବି ନେଇ ଏରେଗୁଲା ବସ୍ତି ବାସିନ୍ଦାଙ୍କ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

138
ADVERTISEMENT

କୋଦଳା,୨୪/୯(ସୂର୍ଯ୍ୟ ନାରାୟଣ ବଡୁ): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅନ୍ତର୍ଗତ ରେଞ୍ଜର ବଙ୍ଗଳା ସାହିରେ ମଦ ପୋଚ ପାଣି ନ ଛାଡିବାକୁ ଦାବି କରି ଏରେଗୁଲା ବସ୍ତି ବାସିନ୍ଦାଙ୍କ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ । ଏହି ଶୋଭାଯାତ୍ରା ରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ କୋଦଳା ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଙ୍କ ଅନୁପସ୍ଥିତି ରେ ସେସନ୍ସ ଅଫିସର ଶ୍ରୀ ରାଧାମାଧବ ପାତ୍ରଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିବାସହ ଏକ ଚାରିଜଣିଆ ପ୍ରତିନିଧି ଦଳ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କୁ ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇଛନ୍ତି । ଏ ନେଇ ଥାନା ଅଧିକାରୀ ଶ୍ରୀ ମହାନ୍ତି ଏହାର ତଦନ୍ତ କରି ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରିବେ ବୋଲି ପ୍ରକାଶ କରିଛନ୍ତି ।ଏହି ରେ ଏରେଗୁଲା ବସ୍ତିର ୩୦ ରୁ ଊର୍ଦ୍ଧ୍ଵ ମହିଳା ପୁରୁଷ ସମେତ କିଛି ସାମାଜିକ କର୍ମୀ ଉପସ୍ଥିତ ଥିଲେ ।

Advertisement