ସ୍ତ୍ରୀକୁ ଅପହରଣ ସନ୍ଦେହ କରି ଯୁବକକୁ ହାଣିଲେ ସ୍ୱାମୀ, ଯୁବକ ଗୁରୁତର

139
ADVERTISEMENT

କୋଦଳା,୨୪/୯(ସୂର୍ଯ୍ୟ ନାରାୟଣ ବଡୁ): ସ୍ତ୍ରୀ କୁ ଭୁଲାଇ ନେଇଯିବା ସନ୍ଦେହ କରି ଲାଠୁଳି ଠାରେ ଜଣେ ଯୁବକଙ୍କୁ ଚୋଟ ପରେ ଚୋଟ ମାରି ଗୁରୁତର ହୋଇ ପ୍ରଥମେ କୋଦଳା ମେଡିକାଲ ପରେ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି l ରିପୋର୍ଟ ଲେଖାହେବା ସୁଦ୍ଧା ଥାନାରେ ମାମାଲା ରୁଜୁ ହୋଇନଥିବା ଜଣାପଡ଼ିଛି l ସୂଚନା ପ୍ରକାରେ ଗଣେଶ ପୂଜା ଦିନ କୋଦଳା ଥାନା ଫାସୀ ପଞ୍ଚାୟତ ଲାଠୁଳି ଗ୍ରାମର ରବି ସେଠୀଙ୍କ ଦ୍ଵିତୀୟ ସ୍ତ୍ରୀ କୌଣସି ବ୍ୟକ୍ତିଙ୍କ ସହିତ ଫେରା଼ର ହୋଇଯାଇଥିଲେ l ଏଥିରେ ରବି ସେଠି ଫାଶୀ ଗ୍ରାମର ଟୁନା ଦାସଙ୍କୁ ସନ୍ଦେହ କରିବା ସହିତ ତାର ପିଛାକରୀ ବୁଢ଼ାମ୍ବ ବାଉରୀ ସାହିଠାରେ ପହଞ୍ଚି ନିଜ ସ୍ତ୍ରୀକୁ ଦେଖି ତୁ ଆସିଲେ ଆସେ ନହେଲେ ନାହିଁ କିନ୍ତୁ ମୋ ପୁଅକୁ ଦେଇଦେ ବୋଲି କହିଥିଲେ, ସ୍ତ୍ରୀ ପୁଅକୁ ଦେବାକୁ ମନାକରିବା ପରେ ନିରୁପାୟ ହୋଇ ରବି ସେଠାରୁ ଫେରିଆସି ପ୍ରତିଶୋଧ ପରାୟଣ ହୋଇ ସୁଯୋଗକୁ ଅପେକ୍ଷ୍ୟା କରିଥିଲେ l ଗୁରୁବାର ଟ୍ରାକ୍ଟର ଡ୍ରାଇବର ଟୁନା ଦାସ ଲାଠୁଳିକୁ ଏକ ଗୁଡ଼ି ନେଇ ଢାଳୁଥିବା ସମୟରେ ପ୍ରତିଶୋଧ ନେବାପାଇଁ ସୁଯୋଗ ଅପେକ୍ଷ୍ୟାରେ ଥିବା ରବି ଏକ କାତିଧରୀ ଆକ୍ରମଣ କରିଥିଲା l ଚୋଟ ପରେ ଚୋଟ ମାରି ଟୁନାର ମୁଣ୍ଡ, ଗାଲ, ପାପୁଲି, କହୁଣୀ, ଓ ଗୋଡ଼କୁ ଖଣ୍ଡିଆ ଖାବରା କରିଥିଲା l ଲୋକେ ରୁଣ୍ଡ ହେବାରୁ ରବି ସେଠାରୁ ଦୌଡ଼ି ପଳାଇଥିଲା l ଖବର ପାଇ କୋଦଳା ପୋଲିସ ସେଠାରେ ପହଞ୍ଚି ଟୁନାକୁ ପୋଲିସ ଗାଡିରେ ବସାଇ ପ୍ରଥମେ କୋଦଳା ମେଡିକାଲରେ ପହଞ୍ଚାଇ ପ୍ରାଥମିକ ଚିକିଛା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା l ବର୍ତ୍ତମାନ ଟୁନା ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଥିବା ଜାଣିବାକୁ ମିଳିଛି l

Advertisement