କୃଷି ତାଲିମ ଶିବିରକୁ ଯୋଗ ଦେବାକୁ ଆସୁଥିବା ବେଳେ ବସ୍ ଦୁର୍ଘଟଣା: ୩୦ ରୁ ଉର୍ଦ୍ଧ୍ୱ ଆହତ

119
ADVERTISEMENT

ଭଞ୍ଜନଗର,୨୩/୯(ଡ଼ି.ଏଚ/ବ୍ୟୁରୋ): ଆଜି ସକାଳେ ଗଞ୍ଜମ ଜିଲ୍ଲା ସୋରଡ଼ାରୁ ଭଞ୍ଜନଗରକୁ ଆସୁଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୁଲାଙ୍ଗି-କାଲିଆଗୁଡ଼ା ମଝିରେ ଏକ ବୁଲଣି ନିକଟରେ ଏକ ସ୍କୁଟିକୁ ରକ୍ଷା କରିବାକୁ ଯାଇ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ପ୍ରାୟ ୩୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,ବଡଗଡ ନିକଟ ଗୌଡ଼ ଗୋଠ ଅଞ୍ଚଳର ୪୫ ଜଣ ପୁରୁଷ ମହିଳା କୃଷକ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ସ୍ୱତନ୍ତ୍ର କୃଷିତାଲିମ୍ ସକାଶେ ଆସୁଥିଲେ। ସେଥି ମଧ୍ୟରୁ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି । ଏମାନଙ୍କ ଭିତରୁ ୧୮ ଜଣଙ୍କୁ ଭଞ୍ଜନଗର ଚିକିତ୍ସାଳୟକୁ ଓ ୧୨ ଜଣଙ୍କୁ ସୋରଡ଼ା ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ଏଥିରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହାନ୍ତି ।

Advertisement