ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା: ଥାନାରେ ୩ ଅଟକ

153
ADVERTISEMENT

ବ୍ରହ୍ମପୁର,୨୦/୯(ଡ଼ି.ଏଚ/ବ୍ୟୁରୋ): ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ମିଳିଥିବା ସୂଚନା ଅନୁଯାୟୀ, ମଦ ବ୍ୟବସାୟୀ ବିନାୟକ ପ୍ରଧାନ ଠାକୁରାଣୀ ମନ୍ଦିର ନିକଟରେ ରାତିରେ ଶୋଇଥିଲା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କର ବାଲି ବ୍ୟବସାୟ ବି ଥିଲା। ଗାଁର କିଛି ଯୁବକ ବିନାୟକ ଗଣେଶ ପୂଜା ଚାନ୍ଦା ମାଗିଥିଲେ, ମାତ୍ର ସେ ଦେଇନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ଯୁବକମାନେ ବିନାୟକ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ପୁଲିସ୍ ୩ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିନାୟକଙ୍କ ମୃତଦେହ ନିକଟର ରକ୍ତରେ ‘ନେକ୍ସଟ ଟାରଗେଟ୍ ଡ୍ରାଇଭର୍ ସେଠୀ’ ବୋଲି ଲେଖା ହୋଇଛି। ଏହି ଡ୍ରାଇଭର୍ ସେଠୀ କିଏ ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। କିଛି ସମୟ ପରେ ସାଇଣ୍ଟିଫିକ୍ ଟିମ୍‌ ଆସି ଯାଞ୍ଚ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ରହିଛି ।

Advertisement