ଓଡ଼ିଶା ଉପକୂଳ ୭ ଜିଲ୍ଲାର ଏସ୍‌ପିଙ୍କୁ ସତର୍କ ସୂଚନା ଜାରି

183
ADVERTISEMENT

ଭୁବନେଶ୍ୱର , ୧୦/୦୮(ଏଜେନସି ) : ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସମୁଦ୍ର ତଟ ଦେଇ ଆତଙ୍କବାଦୀମାନେ ଓଡ଼ିଶାରେ ପ୍ରବେଶ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଏଥି ପାଇଁ ଓଡ଼ିଶାର ଉପକୂଳବର୍ତ୍ତୀ ୭ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଂଜାମର ଏସ୍‌ପିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏଥି ସହିତ ଓଡ଼ିଶା ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନାକୁ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ସଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ଜଣାଇବାକୁ ଧୀବରମାନଙ୍କୁ ପରାମର୍ଶ ଦିଆଯାଇଛି । ରେଳ ଓ ମେରାଇନ୍‌ ବିଭାଗ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

Advertisement