ବନ୍ୟା ଜଳରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ

174
ADVERTISEMENT

ବାଲେଶ୍ୱର,୧୮/୯(ଡ଼ି.ଏଚ/ବ୍ୟୁରୋ): ବନ୍ୟା ଜଳରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର୍ ଛାୟା ଖେଳାଇ ଦେଇଛି । ମୃତ ଯୁବକ ଭୋଗରାଇ ଥାନା ମହେଶ ପୁର ପଞ୍ଚାୟତର ଅନନ୍ତ ଦଳେଇଙ୍କ ପୁଅ ମନୋଧର (୩୫)।ପୁଲିସ ସୂଚନା ଅନୁଯାୟୀ ସେ ଶୁକ୍ରବାର ସଂଧ୍ୟାରେ ବିଲକୁ ମାଛ ଧରିବାକୁ ଯାଇ ବନ୍ୟା ପାଣିରେ ବୁଡିଯାଇଥିଲେ।ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଳେଶ୍ଵର ପୁର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Advertisement