ବ୍ରହ୍ମପୁର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ମା-ପୁଅ ଗୁରୁତର

135
ADVERTISEMENT

ବ୍ରହ୍ମପୁର,୧୫/୯(ଡ଼ି.ଏଚ/ବ୍ୟୁରୋ): ଦୁର୍ବୁତ୍ତଙ୍କ ଆତଙ୍କରାଜ୍ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ପୋଖରୀ ହୁଡା ସାହିରେ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ମା-ପୁଅ ଗୁରୁତର ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି । ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା । ତେବେ ଅକାରଣରେ ୫ ରୁ ଅଧିକ ଦୁର୍ବୃତ୍ତ ସନୁକୁ ଆକ୍ରମଣ କରିଥିବା ବେଳେ ଘର ଭିତରେ ପଶି ମାଆ ଙ୍କୁ ଆକ୍ରମଣ କରିଥିବା କହିଛନ୍ତି ସନୁ ନାୟକ । ଏ ଘଟଣାରେ ପୋଲିସ୍ ଅଧିକ ତଦନ୍ତ କରୁଥିବା ବେଳେ ଅଞ୍ଚଳରେ ପୋଲିସ୍ ମୁତୟନ ଅଛନ୍ତି ।

Advertisement