ବ୍ରହ୍ମପୁର,୧୩/୯(ଡ଼ି.ଏଚ/ବ୍ୟୁରୋ): ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ବର୍ଷା ରେକର୍ଡ ଭାଙ୍ଗିଛି । ୧୨ ଜିଲ୍ଲାରେ ସ୍କୁଲଗୁଡିକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଏହାମଧ୍ୟରେ ବ୍ରହ୍ମପୁର ସହରରେ ଏକ କୋଠା ଭୁଶୁଡି ଯାଇଥିବା ଖବର ମିଳିଛି । ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ ହୋଇ ପଡିଛି । ସହରରେ ଥିବା ୧୦୯ ବର୍ଷର ପୁରୁଣା ଐତିହାସିକ ଆନ୍ଧ୍ର ମହିଳା ସମାଜ କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି ।ଶନିବାର ବିଳମ୍ବିତ ରାତିରେ କୋଠାଟି ଭୁଶୁଡି ଯାଇଥିଲା । କୋଠାର ଲାଇବ୍ରେରୀରେ ଅନେକ ବହି ରହିଥିଲା । ଅଘଟଣରେ କେହି ଆହତ ହୋଇନଥିବା ବେଳେ ବହି ଗୁଡିକ ନଷ୍ଟ ହୋଇଯାଇଛି । ପାଠାଗାରରେ ଅନେକ ବିରଳ ପୁସ୍ତକ ସବୁ ରହିଥିବା । ଯାହା ସ୍ୱାଧିନତା ସଂଗ୍ରାମଠୁ ଆରମ୍ଭ କରି ଅନେକ ଘଟଣାର ମୁକସାକ୍ଷୀ ଥିଲା । ସୂଚନାଯୋଗ୍ୟ, କୋଠାଟି ୧୯୧୨ ମସିହାରେ ସ୍ଥାପିତ ହୋଇଥିଲା ।

















