ମ୍ୟାଡ୍ ମୁଲ୍ ବାର୍ ସିଲ୍ : କରୋନା କଟକଣାକୁ ବେଖାତିର କରି ଚାଲିଥିଲା ବେପାର

171
ADVERTISEMENT

ଭୁବନେଶ୍ୱର,୧୨/୯(ଡ଼ି.ଏଚ/ବ୍ୟୁରୋ): କରୋନା ନିୟମକୁ ଦଳି ମକଚି ବେପାର କରୁଥିଲା ଖାରବେଳନଗର ଅଞ୍ଚଳ ଜନପଥରେ ଥିବା ମ୍ୟାଡ୍‌ ମୁଲ୍‌ ବାର୍‌ । ପୁଲିସ ଓ ବିଏମ୍‌ସି ସେଠାରେ ଚଢ଼ଉ କରି ବାର୍‌କୁ ସିଲ୍‌ କରିଛନ୍ତି । ବାର ମ୍ୟାନେଜରଙ୍କୁ ଖାରବେଳ ନଗର ଥାନାରେ ଅଟକ ରଖିଛି ପୁଲିସ । ରାଜ୍ୟରେ କରୋନା ପାଇଁ ରାତ୍ର କାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲି ପାରିବନାହିଁ । ମାତ୍ର ଏସବୁ ନିୟମକୁ ଖାତିର ନକରି ମ୍ୟାଡ ମୁଲ ବାର ରାତି ୧ ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା । ଖବର ପାଇ ପୁଲିସ୍‌ ଓ ବିଏମ୍‌ସି ଚଢ଼ଉ ବେଳେ ଦେଖିବାକୁ ପାଇଥିଲେ ନିଶାଶକ୍ତ ହୋଇ ବାର୍‌ ଭିତରେ ମତୁଆଲା ଥିଲେ ଅନେକ ଯୁବକ ଯୁବତୀ । କିଛି ଯୁବତୀ ଅର୍ଦ୍ଧନଗ୍ନ ଅବସ୍ଥାର ଡ୍ୟାନ୍ସ କରୁଥିଲେ । ସବୁ ଠାରୁ ବଡ଼ କଥା ହେଲା ଏହି ବାର୍‌ର ମ୍ୟୁଜିକ୍‌ ଲାଇସେନ୍ସ ନାହିଁ । କିଛି ମାସ ତଳେ ଖାରବେଳନଗର ଥାନା ପୁଲିସ୍‌ ବାର୍‌ରେ ଚଢ଼ଉ କରି ମ୍ୟୁଜିକ୍‌ ସାମଗ୍ରୀ ଜବତ କରିଥିଲା । ତେବେ ଗତ କିଛି ଦିନ ହେଲା ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବାର୍‌ ଚାଲୁଥିବା ସୂଚନା ମିଳିଥିଲା । ତା’ଛଡା ବ୍ରାଉନ୍‌ସୁଗର ଓ ଗଞ୍ଜେଇ ପୁଡିଆ ମଧ୍ୟ ଏଠାରେ ମିଳୁଥିବା ସୂଚନା ଥିଲା ବୋଲି ପୁଲିସ କହିଛି । ତେବେ ଶନିବାର ବିଳମ୍ବିତ ରାତିରେ ପୁଲିସ୍‌ ବିଏମ୍‌ସି ସେଠାରେ ଚଢ଼ଉ କରି ବାର୍‌କୁ ସିଲ୍‌ କରିଛି । ପୂର୍ବରୁ ଉକ୍ତ ବାର୍‌ ଉପରେ ଅନେକ ଥର ଚଢ଼ଉ ହୋଇଛି । ହେଲେ କିଛି ଦିନ ପରେ ପୁଣି ସମାନ ଅବସ୍ଥା । କେବଳ ଏହି ବାର୍‌ ନୁହେଁ, କଟକ ରୋଡ୍‌, ଚନ୍ଦ୍ରଶେଖପୁର ଓ ପଟିଆ ଅଞ୍ଚଳରେ ମଧ୍ୟ ଏମିତି କିଛି ବାର ରହିଛି ସେଠାରେ ଜୁଆ ଖେଳ ମଧ୍ୟ ଜମୁଥିବା ସୂଚନା ରହିଛି ।

Advertisement