ଘର ବାରଣ୍ଡାକୁ ଉପରକୁ ମାଡ଼ି ଗଲା ଟ୍ରକ

182
ADVERTISEMENT

ବ୍ରହ୍ମପୁର,୧୨/୯(ଡ଼ି.ଏଚ/ବ୍ୟୁରୋ): ସିରିଜ ଦୁର୍ଘଟଣା । ପ୍ରଥମେ ଅଟୋ ଧକ୍କା ଦେଲେ ଟ୍ରକ, ତାପରେ ଘର ବାରଣ୍ଡାକୁ ଉପରକୁ ମାଡ଼ି ଗଲା ଟ୍ରକ । ଦୁର୍ଘଟଣାରେ ଟ୍ରକ ହେଲ୍‌ପରଙ୍କ ଗୋଡ଼ କଟିଯାଇଥିବା ସୂଚନା । ଗୁରୁତର ଅବସ୍ଥାରେ ହେଲ୍‌ପରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ବ୍ଲକ ଲାଞ୍ଜିଆ ଗାଁରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ଶନିବାର ରାତିରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ ଲାଞ୍ଜିଆ ଗ୍ରାମର ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ଦୁର୍ଘଟଣା । ଏକ ଟ୍ରକ ଟି ଦ୍ରୁତ ଗତିରେ ବ୍ରହ୍ମପୁର ରୁ ଦିଗପହଣ୍ଡି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଲାଞ୍ଜିଆ ନିକଟରେ ରାସ୍ତା ପାର୍ଶ୍ଵରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲେ । ଏହାପରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରର ବାରଣ୍ଡା ଉପରକୁ ମାଡ଼ି ଯାଇଥିଲା । ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ । ସେପଟେ ଦୁର୍ଘଟଣାରେ ଟ୍ରକ ହେଲ୍ପର ଗୋଟିଏ ଗୋଡ଼ କଟି ଯାଇଥିବା ସୂଚନା । ଗୁରୁତର ହେଲ୍ପର ଯୁବକ ଜଣଙ୍କୁ ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛି ।ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ବ୍ରହ୍ମପୁର -ଦିଗପହଣ୍ଡି ରାସ୍ତା ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

Advertisement