୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଛୁରାମାଡ

126
ADVERTISEMENT

ସାନଖେମୁଣ୍ଡି,୧୧/୯(ଡ଼ି.ଏଚ/ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଗଣ୍ଡଗୋଳ ପରେ ଛୁରାରେ ପରସ୍ପର ଉପରେ ଆକ୍ରମଣ କରିଥିଲେ । ସୂଚନା ଅନୁସାରେ, ଦିଗପହଣ୍ଡି- ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏହି ଘଟଣା ଘଟିଛି । ଦୁଇଟି ଗ୍ରାମର ଯୁବକମାନେ ନିକଟସ୍ଥ ନିଛାଟିଆ ଜାଗାରେ ମଦ ପିଉଥିଲେ । ତେବେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ଓ ପରେ ଛୁରା ମାଡ ହୋଇଥିଲା । ଏଥିରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ବାଇକ ଛାଡି ଯୁବକମାନେ ଚମ୍ପଟ ମାରିଥିଲେ । ରାସ୍ତାକଡରେ ୪ – ୫ ବାଇକ୍ ଏଣେତେଣେ ପଡି ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ଆହତମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରିଛି । ଗଣ୍ଡଗୋଳ ପରେ ଉକ୍ତ ସ୍ଥାନରେ ପୋଲିସ ବାଇକ୍ ଜବତ କରିବା ସହ ରାସ୍ତାରେ ଯାନବାହନ ଯାଞ୍ଚ କରୁଛି ।

Advertisement