ପୁରୁଷୋତ୍ତମପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

123
ADVERTISEMENT

ବ୍ରହ୍ମପୁର,୮/୯( ସୁଦାମ ମହାରଣା):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାର ନୂତନ ଥାନା ଅଧିକାରୀ ଭାବେ ପ୍ରିୟସ ରଞ୍ଜନ ଛୋଟରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଟ୍ରାଫିକ ସମସ୍ୟା ,ଅପରାଧ ନିୟନ୍ତ୍ରଣ,ସ୍ଥାନୀୟ ଅଞ୍ଚଳରେ ଶୃଙ୍ଖଳା ପ୍ରତି ପ୍ରାଥମିକତା ଦିଆଯିବ ବୋଲି ନିଜେ ପ୍ରତିକ୍ରିୟା ଦେଇଛନ୍ତି । ପୂର୍ବରୁ ଏଠାରେ ଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଙ୍କୁ ଖଲ୍ଲିକୋଟ ଥାନା କୁ ବଦଳି ହୋଇଥିବା ବେଳେ,ତାଙ୍କ ସ୍ଥାନରେ ଛତ୍ରପୁର ଥାନାରେ କାର୍ଯ୍ୟରତ ଶ୍ରୀ ଛୋଟରାୟଙ୍କୁ ପୁରୁଷୋତ୍ତମପୁର ଥାନା କୁ ବଦଳି ହୋଇଛି ।

Advertisement