ବେଗୁନିଆପଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ । ୧୨ ଜଣଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

155
ADVERTISEMENT

କୋଦଳା,୦୬/୯(ସୂର୍ଯ୍ୟ ନାରାୟଣ ବଡୁ): ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୋଦଳା ସ୍ଥିତ ଖରୁଡ। ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ନାରାୟଣ ଭୂୟାଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଗୁନିଆପଡା ଶିକ୍ଷ୍ୟା ଅଧିକାରୀ କମଳାକାନ୍ତ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷା ଉପ ପରିଦର୍ଶକ ସୁଦର୍ଶନ ବାରିକ, ଅବସରପ୍ରାପ୍ତ ଏବିଇଓ ରବି ନାରାୟଣ ମିଶ୍ର, ଦେବେନ୍ଦ୍ର କୁମାର ମହାରଣା ପ୍ରମୁଖ ଯୋଗ ଦେଇ ଗୁରୁଦିବସର ମହତ୍ଵ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ସମ୍ପାଦକ ଜୟଦେବ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ପ୍ରଭାତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକରୁ ଚଳିତ ବର୍ଷ ଅବସର ନେଇଥିବା ୧୨ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର, ବଂଶୀଧର ପ୍ରଧାନ, ପଦ୍ମ ଚରଣ ପ୍ରଧାନ, ତ୍ରିଲୋଚନ ମହାରଣା, ମହିମନିଷା ବେଗମ, ଏମ.ରାଘବ ସୁବୁଦ୍ଧି, ସ୍ଵର୍ଣମୟୀ ମିଶ୍ର ଗଣପତି ରାୟ, ଶଙ୍କର୍ଷଣ ସାହୁ, ରାମ ଚନ୍ଦ୍ର ସେଠୀ, ଜୟସେନ ବିଶୋଇ, ରାମହରି ବିଶୋଇ ପ୍ରମୁଖଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୁଇ ଭଉଣୀ ଉଷାରଣୀ ମହାପାତ୍ର ଓ ଆଶାରାଣୀ ମହାପାତ୍ର ବେଦପାଠ କରିଥିଲେ। ଶିକ୍ଷୟିତ୍ରୀ ପ୍ରମିଳା ପାଣି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସୋମନାଥ ସେଠୀ ସମେତ ରବି ନାରାୟଣ ଶତପଥୀ, ସୁଧାକର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Advertisement