କୋଦଳା,୧/୯( ସୂର୍ଯ୍ୟ ନାରାୟଣ ବଡୁ): ସ୍ୱାୟତ୍ତ ଶାସନ ଦିବସ ଅବସରରେ କୋଦଳା କଲ୍ୟାଣମଣ୍ଡପ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆୟୋଜିତ “ବ୍ୟାଙ୍କ ଋଣ ସମ୍ମନୟ ମେଳା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେବା ସହିତ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବ୍ୟକ୍ତିଗତ ୧୭ ଜଣଙ୍କୁ ବ୍ୟବସାୟିକ,୭ ଟି ଗ୍ରୁପକୁ ବ୍ୟାଙ୍କ ଲିଙ୍କ, ଏବଂ ଦୁଇ ଗୋଟି ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀଙ୍କୁ ଋଣ ଅନୁମୋଦନ ପତ୍ର ପ୍ରଦାନ କରିବା ସହିତ ଏହି ଋଣ ଟଙ୍କାକୁ ଉଚିତ ମାର୍ଗରେ ବ୍ୟବସାୟ କରି ଠିକ ସମୟରେ ବ୍ୟାଙ୍କ ଋଣ ପରିଶୋଧ କଲେ ପୁଣି ଅଧିକରୁ ଅଧିକ ଋଣ ଯୋଗାଈ ଦିଆଯିବ ବୋଲି କହିଥିଲେ l ତତ୍ ସହିତ ଋଣ ପାଇନଥିବା ମହିଳା ସଙ୍ଘ ଏବଂ ବ୍ୟକ୍ତିଗତ ବ୍ୟବସାୟ ଋଣ ନେବା ନିମନ୍ତେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଋଣ ଯୋଗାଇ ଦେବା ନିମନ୍ତେ ନିର୍ବାହୀ ଅଧିକାରିଙ୍କୁ ପରାମର୍ଶ ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସହାୟକ ଯନ୍ତ୍ରୀ ସୁଧାକର ଦାଶ, ସିଟି ମିଶନ ମେନେଜର ଶ୍ରଦ୍ଧା ନାୟକ,ସହାୟକ ପବିତ୍ର କୁମାର ବେହେରା, ସ୍ଵପ୍ନ କୁମାର ସାହୁ, ବିଜେଡି ମହିଳା ସଭାନେତ୍ରୀ ସୁଜାତା ରାଣୀ ପ୍ରଧାନ, ବିଜେଡି ନଗର ସଭାପତି ସଂଜୀବ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଉପସ୍ଥିତ ଥିବା ଶତାଧିକ ସଙ୍ଘ ମା” ମାନେ ଋଣ ପାଇବାର ଭରପୁର ସୁଯୋଗ ନେବା ପାଇଁ ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ ନିର୍ବାହୀ ଅଧିକାରୀ l

















