କୋଦଳା ଏନଏସି ରେ ସ୍ୱାୟତ୍ତସାଶନ ଦିବସ ପାଳିତ

215
ADVERTISEMENT

କୋଦଳା,୧/୯( ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟ ପରିସରରେ ସ୍ୱାୟତ୍ତଶାସନ ଶାସନ ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି l ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପତ୍ତାକା ଉତ୍ତୋଳନ କରି ନିଜ କର୍ମଚାରିଙ୍କୁ ଜନସାଧାରଣଙ୍କ ସହିତ ଉତ୍ତମ ବ୍ୟବହାର କରିବା ସହିତ ସେମାନେ ଯେମିତି ଏନଏସି ର ସମସ୍ତ କାର୍ଯ୍ୟରେ ସହଯୋଗ ଯୋଗାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତବ୍ୟ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ସୁଧାକର ଦାଶ, ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡି,ବରିଷ୍ଠ କୁରାଣୀ ଉଦୟ ନାଥ ସାହୁ,ମୁକ୍ତା ଯନ୍ତ୍ରୀ ଦୁର୍ଗା ପ୍ରସାଦ ସାହୁ, ସଂଯୋଜକ ମାନସ କୁମାର ଦାଶ,ଦ୍ୱାରିକା ନାଥ ପାଢ଼ୀ, ଶ୍ରଦ୍ଧା ନାୟକ, ଧୀରଜ କୁମାର ପାତ୍ର, ନିବେଦିତା ରଥ,କମଲଜିତ ପରିଡା,ପ୍ରିୟଙ୍କା ଜେନା, ସ୍ଵପ୍ନ କୁମାର ସାହୁ, ହରିଶ ଚନ୍ଦ୍ର ରାଉଳ ସମେତ କାର୍ଯ୍ୟାଳୟ କର୍ମକର୍ତ୍ତା ଓ ସଫେଇ କର୍ମଚାରି ଉପସ୍ଥିତ ଥିଲେ l

Advertisement