କୋଦଳା,୩୧/୮(ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି l ବାବା ଦଣ୍ଡିଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଅଖଣ୍ଡ ନାମଯଜ୍ଞ ମନ୍ଦିର ରେ ଜନ୍ମାଷ୍ଟମୀ ନାମଯଜ୍ଞ କମିଟି ଏବଂ ଭକ୍ତ ମାନଙ୍କ ସହଯୋଗରେ ପାଳିତ ହୋଇଯାଇଥିବା ବେଳେ ବାବା ତାଳେଶ୍ୱର ମନ୍ଦିର ରେ ଶତାଧିକ ମହିଳା ଭକ୍ତଙ୍କ ଗହଳ ରେ ଭଜନ କୀର୍ତ୍ତନ ସହିତ ଜନ୍ମାଷ୍ଟମୀ ପାଳିତ ହୋଇଛି l ପୂଜାରୀ ରାଜେନ୍ଦ୍ର କୁମାର ପାଢ଼ୀ ପୂଜା ପରିଚାଳନା କରିଥିଲେ l ହରିବୋଲ ମଠ ଠାରେ ମହନ୍ତ ଶ୍ରୀଜଗମୋହନ ଦାଶ ଙ୍କ ତତ୍ୱାବଧାନ ରେ ଜନ୍ମାଷ୍ଟମୀ ପାଳିତ ହୋଇଥିବା ବେଳେ କୋଦଳା ଏନ୍ଏସି ଅନ୍ତର୍ଗତ ଇନାମ ବେଲପଡା, ମଠସାହି ସ୍ଥିତ ଶ୍ରୀ ଜଗନ୍ନାଥ ଆଶ୍ରମ ଠାରେ ଜନ୍ମାଷ୍ଟମୀ ଉତ୍ସବ ଅବସର ରେ ନାମ ସଂର୍କିତ୍ତନ, ଭଜନ ସମାରୋହ ଓ ଦାସ କାଠିଆ ପରିବେଷଣ ହୋଇ ଯାଇଅଛି। ଉକ୍ତ ଉତ୍ସବ ରେ ଗୁରୁ ଶ୍ରୀ ନବ କିଶୋର ଦାସ ମହାରାଜଙ୍କ ପ୍ରେରଣା କ୍ରମେ ଶ୍ରୀ ଲକ୍ଷ୍ମୀଧର ଦାସ ମହାରାଜ, ଇନାମ ବେଲପଡା ଗ୍ରାମବାସୀ ଓ ଭକ୍ତ ମାନେ ସହଯୋଗ କରିବା ସହିତ ପ୍ରଭୁଙ୍କ କୃପା ଲାଭ କରିଥିଲେ।ଅଞ୍ଚଳ ରେ ସନ୍ଧ୍ୟା ସମୟରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଥିଲା l ସେହିପରି ଖଲାଡି ସାହି ଓ ଗଲାସାହି ଯୁବକ ମାନେ ଦଧି ହାଣ୍ଡି ଭଙ୍ଗା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l

















