ବ୍ରହ୍ମପୁର,୨୬/୮(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍ ଏ ଏସି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ସହରାଞ୍ଚଳ ଜୀବିକା ମିସନ୍ ଆନୁକୂଲ୍ୟରେ ବ୍ୟାଙ୍କ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଆସ୍କା ସା’ସଦ ପ୍ରର୍ମିଳା ବିଷୋୟୀ ମୁଖ୍ୟ ଅତିଥି ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣିବୈଦ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏନ୍ ଏ ଏସି ର୧୮ ଜଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ୪୦ଲକ୍ଷ ଟଙ୍କା ଓ ୪୫ଜଣ ବୁଲାବିକାଳିଙ୍କୁ ୧୦ ହଜାର ଟଙ୍କା ର ଚେକ୍ ପ୍ରଦାନ କରାଯାଇଥିଲା । ଏନ୍ ଏ ଏସି ନିବାର୍ହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ବିଭିନ୍ନ ବ୍ୟାଙ୍କ ର ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିବା ବେଳେ ଗୋଷ୍ଠୀ ସଞ୍ଜୋଜିକା ଅଞ୍ଜଳି ପାଢୀ ପରିଚାଳନା କରିଥିଲେ ।

















