ଜଳେଶ୍ୱରରୁ ପୁଣି ବ୍ରାଉନ ସୁଗାର ଜବତ, ଜଣେ ମହିଳା ଅଟକ

31
ADVERTISEMENT

ଜଳେଶ୍ୱର,୨୪/୮(ଡ଼ି.ଏଚ/ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ବ୍ରାଉନ ସୁଗାର ଜବତ । ରାଜପୁର ବସ୍ତିରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏଥିସହିତ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି । ଖବର ଅନୁଯାୟୀ, ଗତକାଲି ରାତି ୧୦ଟାରେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ସମୟରେ ଆଇଆଇସି ପ୍ରଜ୍ଞା ମହାନ୍ତି ସହିତ ୨୦ ଜଣିଆ ଟିମ ଉପସ୍ଥିତ ଥିଲେ । ପାଖାପାଖି ୫ଶହ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିବା ସହ ସହିତ ବ୍ରାଉନ ସୁଗାର ପ୍ୟାକିଙ୍ଗରେ ବ୍ୟବହୃତ ରଙ୍ଗୀନ କାଗଜ ଜବତ କରିଛି । ଜବତ ବ୍ରାଉନ ସୁଗାରର ବଜାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ମହିଳାକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Advertisement