କୋଦଳା,୨୧/୮(ସୁର୍ଯ୍ୟ ନାରାୟଣ ବଡ଼ୁ )-ଅଗ୍ରସର ହେଉଛି କୋଦଳା ଏନଏସି! ଗୁରୁବାର ଶତାଧିକ ମହିଳା ଓ କୋଦଳା ଜନସାଧାରଣଙ୍କ ଗହଣ ରେ ମାନନୀୟା ସାଂସଦ ଓ ବିଧାୟିକା କୋଦଳା ଅଞ୍ଚଳ ର ଆରାଧ୍ୟ୍ୟ ଦେବତା ବାବା ଦଣ୍ଡିଶ୍ୱର ମହାଦେବ ମନ୍ଦିର ରେ ପୂଜାର୍ଚନା ସାରି ଏନଏସି ଅନ୍ତର୍ଗତ ତିନିଗୋଟି ୱାର୍ଡ ରେ ଚାରିଗୋଟି ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ତିନିଗୋଟି ଶେଷ ହୋଇଥିବା କାର୍ଯ୍ୟର ଉଦଘାଟନ କରି ଲୋକାର୍ପଣ କରିଥିଲେ !ଦୀର୍ଘ ବର୍ଷ ହେବ ଆବଶ୍ୟକ ଥିବା ଦଣ୍ଡିଶ୍ୱର ନିକଟ ସ୍ମଶାନ ଗୃହ ଓ ଚିତ୍ତାବିନୋଦନ ପାର୍କ ର ନିର୍ମାଣ ସକାଶେ ମାନନୀୟା ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ଓ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି !ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପୋଖରୀ ଚତୁର୍ପାଶ୍ୱ ରେ ୱାଲ ନିର୍ମାଣ କରିବାକୁ ନିର୍ବାହୀ ଅଧିକାରିଙ୍କୁ ପରାମର୍ଶ ଦେଇଛନ୍ତି !ତତ ସହିତ ନୂତନ ଅଫିସ ଗୃହ ଓ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ନୂତନ “”ଆହାର କେନ୍ଦ୍ର “, ମାଛବଜାର ଓ ଶିଶୁ ଉଦ୍ୟାନ କୁ ଶୁଭ ଉଦଘାଟନ କରି ଲୋକାର୍ପଣ କରିଛନ୍ତି !ଉଭୟ ସାଂସଦ ଓ ବିଧାୟିକା ଶିଶୁ ଉଦ୍ୟାନ କୁ ଉଦଘାଟନ ପରେ କିଛିସମୟ ଶିଶୁମାନଙ୍କୁ ଦୋଳିରେ ବସାଇ ଝୁଲାଇଥିଲେ !
ଆଜିର ଏହି କାର୍ଯ୍ୟକ୍ରମ ରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ସହାୟକ ଯନ୍ତ୍ରୀ ସୁଧାକର ଦାଶ, ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି, ମୁକ୍ତା କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ସାହୁ, ସଂଯୋଜକ ମାନସ କୁମାର ଦାଶ ସମେତ ସମସ୍ତ କର୍ମକର୍ତ୍ତା ଓ କୋଦଳା ଏନଏସି ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ !

















