ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ l

134
ADVERTISEMENT

କୋଦଳା,୨୧/୮(ସୁର୍ଯ୍ୟ ନାରାୟଣ ବଡ଼ୁ)-ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଫାସି ଓ ବେରୁଆଁବାଡ଼ି ପଂଚାୟତ ରେ କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କ ତତ୍ୱାବଧାନ ରେ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ କରକମଳ ରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍ଧଘାଟିତ ହୋଇଯାଇଛି।ଆଜି ପର୍ଯ୍ୟନ୍ତ ବେରୁଆଁବାଡ଼ି ରାଜସ୍ୱ ନିରୀକ୍ଷ୍ୟକଙ୍କ କାର୍ଯ୍ୟଳୟ କୋଦଳା ଠାରେ ଏବଂ ଫାସୀ ର ଅସ୍ଥାୟୀ କାର୍ଯ୍ୟଳୟ ଠାରେ କାର୍ଯ୍ୟକାରୀ ହେଉଥିଲା !ଯାହାଫଳରେ ଲୋକଙ୍କ ଅସୁବିଧା ଦେଖାଦେଉଥିଲା !ଏହି କାର୍ଯ୍ୟଳୟ ଉଦଘାଟିତ ହେବାଦ୍ବାରା ଉଭୟ ସାର୍କିଲ ର ଜନସାଧାରଣ ଉପଯୁକ୍ତ ସୁବିଧା ପାଇପାରିବେ ବୋଲି ତହସିଲଦାର ପ୍ରକାଶ କରିଥିବା ବେଳେ! କାର୍ଯ୍ୟଳୟ ଠାରେ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ହୋଇଥିବା ଯୋଗୁଁ ଜନସାଧାରଣ କାର୍ଯ୍ୟଳୟ ମଧ୍ୟ ରେ ରହି ଉତ୍ତମ ସେବା ପାଇପାରିବେ ବୋଲି ବିଧାୟିକା ମତବ୍ୟକ୍ତ କରିଥିଲେ !ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋଦଳା ଆରଆଇ ଶେଖର ଚନ୍ଦ୍ର ସେଠି, ଫାଶୀ ଆରଆଇ ଚନ୍ଦ୍ର ଶେଖର ବେହେରା, ବେରୁଆଁବାଡ଼ି ଆରଆଇ ଲଷ୍ମୀପ୍ରିୟା ମହାରଣା,ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଫାଶୀ ସରପଞ୍ଚ ନବୀନ କୁମାର ଦଳାଇ,ବେରୁଆଁବାଡି ସରପଞ୍ଚ ନୀଳାଞ୍ଚଳ ପାଢ଼ୀ ଙ୍କ ସମେତ ଉଭୟ ଗ୍ରାମବାସୀ ଓ ତହସିଲ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Advertisement