ନିମଖଣ୍ଡି ହତ୍ୟାକାଣ୍ଡର ଉକ୍ତ ଗ୍ରାମର ୩ ଗିରଫ

127
ADVERTISEMENT

କୁକୁଡାଖଣ୍ଡି,୧୯/୮(ଇ.ରଞ୍ଜନ): କୁକୁଡାଖଣ୍ଡି ସଦରଥାନା ଅନ୍ତର୍ଗତ ନିମଖଣ୍ଡି ବୋରିଗାଁ ଛକରେ ଶନିବାର ରାତ୍ର ପ୍ରାୟ ସାଢେ ୭ ରେ ଗୋପାଳ ସାହୁ ତାଙ୍କ କାର୍ଯ୍ୟ ସାରି ନିମଖଣ୍ଡି ବ୍ରାହ୍ମଣ ସାହି ମୁଖ୍ୟ ରାସ୍ତା ଟିଫିନ୍ ଦୋକାନ ସମ୍ମୁଖରେ ଛିଡା ରହିଥିବା ବେଳେ ଉକ୍ତ ଗ୍ରାମର ଯୁବକ ଜଗନ୍ନାଥ ବାରିକ୍ ସେଠାରେ ପହଞ୍ଚିଥିଲା l ପୂର୍ବ ଶତ୍ରୁତାକୁ ନେଇ ମୃତ ଗୋପାଳ ସାହୁଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବାପରେ ସେ ହଠାତ୍ ଉକ୍ଷିପ୍ତ ହୋଇ ଜଗନ୍ନାଥ ବାରିକ୍ ଙ୍କ ଉପରେ କଢ଼େଇରେ ଥିବା ଗରମ ତେଲ ଢାଳିଥିଲା l ଫଳରେ ଜଗନ୍ନାଥଙ୍କ ଦେହରେ ଜ୍ୱଳନ୍ତ ଆଘାତ ଲାଗିଥିଲା ​​ଏବଂ ସେଠାରେ ରହି ଜଗା କାନ୍ଦୁଥିବା ବେଳେ ତାଙ୍କର କିଛି ସହଯୋଗୀ ଓଡି ୦୭ ଏସି ୧୬୯୦ ପଲ୍ସରବାଇକ ରେ ଆସି ଖଣ୍ଡା ସାହାଯ୍ୟରେ ଗୋପାଳ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ପୋଲିସ ପକ୍ଷରୁ ସୂଚନା l ଆକ୍ରମଣ ପରେ ଗୋପାଳ ଦୀର୍ଘ ଅଧଘଣ୍ଟା ପର୍ଯ୍ୟନ୍ତ ଛଟପଟ ହୋଇଥିଲା ତାଙ୍କୁ ବିଳମ୍ବରେ ମେଡିକାଲ ନେବାରୁ ମେଡିକାଲରେ ମୁର୍ତ୍ୟୁବରଣ ହୋଇଥିଲା ଫଳରେ ଘଟଣା ଘଟାଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କୁ ଆଜି କୋର୍ଟ ସ୍ଥାନାନ୍ତର କରାଯାଇଛି l ଅଭିଯୁକ୍ତ ମାନେ ହେଲେ ନିମଖଣ୍ଡି ଗ୍ରାମର ସୁମନାଥ ନାୟକଙ୍କ ପୁଅ ଯୁବରାଜ ନାୟକ ଓରଫ ରାଜା (30),(2) ହରିଶଚନ୍ଦ୍ରପାତ୍ରଙ୍କ ପୁଅ ମହେଶ୍ୱର ପାତ୍ର ଓରଫ ଜଗା (24 ), (3) ନାୟକ ସାହିର ବିପ୍ର ନାୟକଙ୍କ ପୁଅ ଟୁନା ନାୟକ (22) l

Advertisement