କୋଦଳା,୧୮/୮(ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ବୃନ୍ଦାବନ ପାଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ (+2) କୁ ଏହି ବର୍ଷ ଶତ ପ୍ରତିଶତ ସଫଳତା ମିଳିଛି l ମହାବିଦ୍ୟାଳୟ ଅଧୀନରେ ଚଳିତବର୍ଷ ୫୩ଜଣ ପରୀକ୍ଷ୍ୟା ଦେଇଥିବା ବେଳେ ସମସ୍ତ ଛାତ୍ରୀ ଉତ୍ତୀର୍ଣ ହୋଇଛନ୍ତି l ଏହାବ୍ୟତୀତ “ପତ୍ର ମାଧ୍ୟମ “ପାଠ୍ୟକ୍ରମରେ ୧୮ଛାତ୍ରୀ ପରୀକ୍ଷ୍ୟା ଦେଇ ଉତ୍ତୀର୍ଣ ହୋଇଛନ୍ତି l ଛାତ୍ରୀ ମାନଙ୍କ ଏହି ସଫଳତାରେ ମହାବିଦ୍ୟାଳୟ ଅଧ୍ୟକ୍ଷ୍ୟା ସରୋଜିନୀ ବ୍ରହ୍ମା ସମସ୍ତ ଉତ୍ତୀର୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l ମହାବିଦ୍ୟାଳୟର ସଭାପତି ବୃନ୍ଦାବନ ପାଣ୍ଡିଙ୍କ ସାହାଯ୍ୟ ସହଯୋଗ, ସମ୍ପାଦକ ତଥା ଶିକ୍ଷ୍ୟାବିତ୍ତ ପ୍ରଫୁଲ୍ଲ କୁମାର ରଥ,ପରିଚାଳନା କମିଟି ସଦସ୍ୟ ପି.ସତ୍ୟ ନାରାୟଣ ପାତ୍ର, ହୃଷିକେଶ ବେହେରା, ଅଧ୍ୟାପକ /ଅଧ୍ୟାପିକା ଓ଼ ସମସ୍ତ କର୍ମଚାରିଙ୍କ ଅକ୍ଲାନ୍ତ ପରିଶ୍ରମ ହି ଆଜିର ଏହି ସଫଳତା ବୋଲି ଅଧ୍ୟକ୍ଷ୍ୟା ପ୍ରକାଶ କରିଛନ୍ତି l ନାରୀ ଶିକ୍ଷ୍ୟାର ପ୍ରଶାର ପାଇଁ ୧୯୧୪/୧୫ ରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନର ସ୍ଥିତି ପ୍ରଗତି ପାଇଁ ଅଧ୍ୟକ୍ଷ୍ୟା ଅଞ୍ଚଳ ବାସୀଙ୍କ ସାହାଯ୍ୟ ସହଯୋଗ କାମନା କରିଥିବା ବେଳେ ଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ଅଂଚଳବାସୀ ଖୁସିବ୍ୟକ୍ତ କରିଛନ୍ତି l


















