କୋଦଳା ଅଞ୍ଚଳରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

162
ADVERTISEMENT

କୋଦଳା,୧୬/୮(ସୂର୍ଯ୍ୟ ନାରାୟଣ ବଡୁ): ଦୀର୍ଘ ୭୫ବର୍ଷ ପୂର୍ବେ ଆଜିର ଦିନରେ ପରାଧୀନ ଶିକୁଳିରୁ ମୂକୁଳି ଥିଲା ଆମଦେଶ ଭାରତ । ଆଜିର ଏହି ପବିତ୍ର ଦିନରେ ସମଗ୍ର ଦେଶ ଧୁମଧାମ୍ରେ ପାଳିତ ହେଉଛି ସ୍ୱାଧୀନତା ଦିବସ । ଗଞ୍ଜାମ ଜିଲ୍ଲା କୋଦଳା ଓ଼ ବେଗୁନିଆପଡା ବ୍ଲକରେ ମଧ୍ୟ ଉତ୍ସାହର ସହିତ ପାଳିତ ହୋଇଯାଇଛି ୭୫ତମ ସ୍ୱାଧୀନତା ଦିବସ l କୋଭିଡ କଟକଣା ଅନୁଯାଇ ସ୍ୱଳ୍ପ ସଂଖ୍ୟକ କର୍ମଚାରିଙ୍କୁ ନେଇ ବିଭିନ୍ନ କାର୍ଯ୍ୟଳୟ ସମେତ ଶିକ୍ଷ୍ୟା ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋଦଳା ତହସିଲ କାର୍ଯ୍ୟଳୟ ପରିସରରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପତ୍ତାକା ଉତ୍ତୋଳନ କରିଥିବା ବେଳେ ଏନଏସି କାର୍ଯ୍ୟଳୟ ପରିସର ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ ଜୁମାର ଚୌଧୁରୀ ପତ୍ତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ,ଥାନା ପରିସରରେ ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଗଣେଶ ଯୁବକ ସଙ୍ଘ ଠାରେ ଅବସରପ୍ରାପ୍ତ ଶିକ୍ଷକ ଉପମନ୍ୟୁ ଶତପଥୀ ପତ୍ତାକା ଉତ୍ତୋଳନ କରିଥିବା ବେଳେ ସମାଜସେବୀ ଓ଼ କୃତ୍ତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ସନ୍ତୋଷ କୁମାର ପ୍ରଧାନ,ବୃକ୍ଷ୍ୟପ୍ରେମୀ ତଥା ଗ୍ରୀନକ୍ଲବ ସଭାପତି ମନୋଜ କୁମାର ପାଢ଼ୀ, ପୂର୍ବତନ ସଙ୍ଘ ସଭାପତି ବଦ୍ରି ନାରାୟଣ ପାତ୍ର ଉପସ୍ଥିତ ଥିଲେ l ସେହିପରି ନୋଡାଲ ବାଳିକା ବିଦ୍ୟାଳୟ ପରିସର ରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନ ପତାକା ଉତ୍ତୋଳନ କରିଥିବା ବେଳେ ପରିଚାଳନା କମିଟି ସଭାପତି ମାଗୁଣୀ ସେଠିଙ୍କ ସମେତ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଓ଼ କର୍ମଚାରି ଉପସ୍ଥିତ ଥିଲେ l ସ୍ୱର୍ଣ୍ଣମୟୀ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଉମା ଚରଣ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ବିନାୟକ ଯୁବକ ସଙ୍ଘ,ଦିଗାପଡା, ଫାସୀ, ମଠସରସିଂ, କାଳିମେଘି, ମର୍ଦ୍ଦମେଖ, ବେରୁଆଁବାଡି, ସାନ ଉତ୍ସା୍ପଡ଼ା, ଘୋଡାପଡା, ବେଗୁନିଆପଡ଼ା ବ୍ଲକ,ସମସ୍ତ ପଞ୍ଚାୟତ,ଫାଣ୍ଡି ଏବଂ ବ୍ଲକ ଅଞ୍ଚଳର ସମସ୍ତ ବିଦ୍ୟାଳୟ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l

Advertisement