କେନାଲ ଭିତରକୁ ପଶିଗଲା କାର୍

161
ADVERTISEMENT

ବାରଙ୍ଗ,୧୬/୮(ଡ଼ି.ଏଚ/ବ୍ୟୁରୋ): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର୍ । ଅଳ୍ପକେ ବର୍ତ୍ତିଲେ କାର୍‌ରେ ଥିବା ୪ ଜଣ ବ୍ୟକ୍ତି । ବାରଙ୍ଗ ଥାନା ମଧୁବନ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡରୁ ଭୁବନେଶ୍ୱର ଆସିବା ବେଳେ ପୁରୀ ମୁଖ୍ୟ ନାଳରେ ପଶିଗଲା କାର୍ । ଭାରସାମ୍ୟ ହରାଇ କେନାଲ ଭିତରକୁ କାର୍ ଟି ପଶିଯାଇଥିବା ଜଣାପଡିଛି । ଫଳରେ କାର୍‌ରେ ଥିବା ୪ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ୪ ଜଣଙ୍କୁ ସୁସ୍ଥ ଅବସ୍ଥାରେ ଉଦ୍ଧାର କରିଛି । ଏହାସହ କାର୍ କୁ ପାଣିରେ ଉଦ୍ଧାର କରିଛି ।

Advertisement