ବିବାହ ପ୍ରୋତ୍ସାହନ ରାଶି ଦେଲା ଜିଲ୍ଲା ପ୍ରଶାସନ

128
ADVERTISEMENT

ପାରଳାଖେମୁଣ୍ଡି,୧୪/୮(ମୋହନ ଗୌଡ଼): ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ ଅଟେ । ଏହି ଯୋଜନା ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଦେଉଥିବା ଅନୁଷ୍ଠାନରୁ ଘରକୁ ଫେରି ଥିବା ୧୮ ବର୍ଷରୁ ଉର୍ଦ୍ଧ୍ବ ଝିଅ ମାନଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତର ଲକ୍ଷ୍ମୀ ପାଇକ ନାମକ ଏକ କନ୍ୟା ଯାହାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଓ ଗ୍ରାମର ଲୋକ ମିଶି ଲକ୍ଷ୍ମୀ ପାଇକଙ୍କୁ ୧୬ ବର୍ଷ ହୋଇଥିବା ବେଳେ ବିବାହ କରାଇଦେବା ପାଇଁ ଆୟୋଜନ କରିଥିଲେ । ଏହି ବିଷୟରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଉକ୍ତ ଶିଶୁ କନ୍ୟା ଲକ୍ଷ୍ମୀ ପାଇକଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡିର ଏକ ଶିଶୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ନବଜୀବନରେ ଥଇଥାନ କରାଯାଇଥିଲା। ଶିଶୁ ସେଠାରେ ରହି ପାଠ ପଢିବା ପରେ ୧୮ ବର୍ଷ ପୂର୍ଣ୍ଣ ହେଲା ପରେ ତାଙ୍କୁ ତାଙ୍କ ମାଆଙ୍କୁ ହସ୍ତାନ୍ତର କରାଯାଇଥିଲା । ଲକ୍ଷ୍ମୀଙ୍କର ଉପଯୁକ୍ତ ବିବାହ ବୟସ ହୋଇଥିବାରୁ ତାଙ୍କର ବିବାହ ନିମନ୍ତେ ବିଜୁ ଶିଶୁ ଓ ସୁରକ୍ଷା ଯୋଜନାରେ ଗତ  ୧୧.୮.୨୦୨୧ ତାରିଖରେ ୫୦୦୦୦/ (ପଚାଶ ହଜାର) ଟଙ୍କାର ଚେକ ପ୍ରଦାନ କରିଥିଲେ ।

Advertisement