ତାରାତାରିଣୀ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ପାଳିତ

139
ADVERTISEMENT

ବ୍ରହ୍ମପୁର,୧୪/୮(ସୁଦାମ ମହାରଣା): ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ଆଜି ୪୩ତମ ପ୍ରତିଷ୍ଠା ଦିବସ କୋଭିଡ୍ କଟକଣା ମଧ୍ୟରେ ପାଳନ ହୋଇଯାଇଛି । ସ୍ୱର୍ଗତ ନାରାୟଣ ସାମନ୍ତରାୟଙ୍କ ଦ୍ୱାରା ୧୯୭୯ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ମୁଖ୍ୟବକ୍ତାବାସୁଦେବ ମହାପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସିମାଞ୍ଚଳ ପଟ୍ଟନାୟକ, ମହାବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପୁତ୍ର ଅଶୋକ ସାମନ୍ତରାୟ ମଞ୍ଚାସିନ ଥିଲେ । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ୨୫ବର୍ଷ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସହ କର୍ମଚାରୀ ଉପସ୍ଥିତ ରହିଥିଲେ ।

Advertisement